ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ୍ ଦେଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି।

ମୋଦିଙ୍କୁ ‘ବିରାଟ’ ଚ୍ୟାଲେଞ୍ଜ୍। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ୍ ଦେଇଛନ୍ତି। ଚ୍ୟାଲେଞ୍ଜଟି ହେଉଛି ଫିଟ୍‌ନେସ୍।

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ଦେଇଥିବା ସୁସ୍ଥତା ଆହ୍ଵାନକୁ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଗ୍ରହଣ କରିଛନ୍ତି। ତା’ ସହ ସେ ଏହି ଆହ୍ଵାନ ପୂରଣ କରିବାକୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ନିଜ ପତ୍ନୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ଵାନ କରିଛନ୍ତି।

ବିରାଟ କୋହଲିଙ୍କ ଚ୍ୟାଲେଞ୍ଜକୁ ସ୍ଵୀକାର କରିଛନ୍ତି ନରେନ୍ଦ୍ର ମୋଦି। ନିଜ ଶରୀରକୁ ଫିଟ୍‌ ରଖିବା ପାଇଁ ବ୍ୟାୟାମ ଉପରେ ଅଧିକ ଧ୍ୟାନ ଦିଅନ୍ତି ମୋଦି। ଯୋଗ ଏବଂ ପ୍ରାଣାୟମ ସହ ପୁଷ୍ଟିକର ଆହାର ଗ୍ରହଣ କରି ଶରୀରକୁ ସର୍ବଦା ସୁସ୍ଥ ରଖିବାକୁ ମୋଦି ପରାମର୍ଶ ଦେଇଥାନ୍ତି।

ଦେଶବାସୀଙ୍କୁ ବ୍ୟାୟାମର ଉପକାରିତା ଜଣାଇବାକୁ ରାଠୋର ଏହି ନିଆରା ଅଭିଯାନ ଆରମ୍ଭ କରିଥିବା ଜଣାପଡ଼ିଛି। ବିରାଟ କୋହଲି ନିଜ ଶରୀରକୁ ଫିଟ୍‌ ରଖିବା ପାଇଁ ନିଜ ଡାଏଟିଂ ଯଥେଷ୍ଟ ଧ୍ୟାନ ଦେଇଥାନ୍ତି। ଏହାଛଡ଼ା ନିଜ ସାଥି ଖେଳାଳିଙ୍କୁ ମଧ୍ୟ ଫିଟ୍‌ ରହିବା ପାଇଁ ଉପଦେଶ ଦେଇଥାନ୍ତି।


ଏଥିନେଇ ଏକ ଭିଡିଓ କୋହଲି ନିଜ ଟ୍ଵିଟର ପୃଷ୍ଠାରେ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ବ୍ୟାୟାମ କରୁଥିବାର ଦୃଶ୍ୟ ରହିଛି। ରାଠୋର ସୋମବାର ସେ ବ୍ୟାୟାମ କରୁଥିବାର ଏକ ଭିଡିଓ ପ୍ରକାଶ କରି ନିଜ ସୁସ୍ଥତାର ମନ୍ତ୍ର ବାଣ୍ଟିବାକୁ କୋହଲି, ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହଓ୍ଵାଲଙ୍କୁ ଆହ୍ଵାନ କରିଥିଲେ।

Comment