ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ରୀଷ୍ମ ଋତୁରେ ତରଭୁଜ ଖାଇଲେ ଶରୀର ସତେଜ ରହେ। ଏଥିରେ ଥିବା ୯୨ ପ୍ରତିଶତ ଜଳୀୟ ଅଂଶ ଗରମରୁ ଆରାମ ଦେଇଥାଏ। ଏହାଛଡ଼ା ତରଭୁଜର ଆହୁରି ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି।

ଓଜନ କମାଏ

ଓଜନ କମାଇବାକୁ ଚାହୁଁଥିଲେ ପ୍ରଚୁର ପରିମାଣରେ ତରଭୁଜ ଖାଆନ୍ତୁ। ଏହା ହେଉଛି ଏମିତି ଏକ ଫଳ ଯେଉଁଥିରେ ପାଣି ଓ ତନ୍ତୁ ପ୍ରଚୁର ମାତ୍ରାରେ ରହିଥାଏ। ଏଥିରେ ଅଧିକ ପରିମାଣରେ ତନ୍ତୁ ରହୁଥିବାରୁ ବହୁ ସମୟ ଧରି ପେଟ ପୁରିକି ରହେ, ଭୋକ ଅଧିକ ଲାଗେ ନାହଁ।

ରୋଗ ପ୍ରତିରୋଧକ କ୍ଷମତା

ତରଭୁଜରେ ଭିଟାମିନ୍ ଏ, ସି, ବି-୬ ଓ ମିନେରାଲ୍ ରହିଛି ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜଭୁତ କରିଥାଏ।

କ୍ୟାନସର

ତରଭୁଜରେ ଥିବା ଲିୟ୍ୟୁଟିନ୍, ଲାଇକୋପେନ୍ ଓ ବିଟା କୋରୋଟିନ୍ କ୍ରିପଟୋଜେକ୍‌ଥିନ୍ କ୍ୟାନସର ଭଳି ମାରାତ୍ମକ ରୋଗରୁ ଶରୀରକୁ ରକ୍ଷା କରିଥାଏ।

ହୃଦରୋଗ

ହୃଦ୍‌ରୋଗୀଙ୍କ ପାଇଁ ତରଭୁଜ ବେଶ୍ ଲାଭଦାୟକ। ଏହା ଶରୀରର କୋଲେଷ୍ଟ୍ରୋଲ୍‌ ସ୍ତରକୁ କମ୍ କରିବା ସହ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ତରଭୁଜରେ ଅଧିକ ମାତ୍ରାରେ ପୋଟାସିୟମ୍ ରହିଛି ଯାହା ଆମକୁ ହୃଦରୋଗରୁ ରକ୍ଷା କରେ।

କିଡନୀ

ତରଭୁଜ ଖାଇବା ଦ୍ୱାରା କିଡନୀ ସୁସ୍ଥ ରହିବା ସହ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ତରଭୁଜରେ ଭିଟାମିନ୍-୬ ପ୍ରଚୁର ମାତ୍ରାରେ ଥିବାରୁ ମସ୍ତିଷ୍କର ବିକାଶ ହୋଇଥାଏ।

Comment