ଓଡ଼ିଶାଲାଇଭ୍‌ ବ୍ୟୁରୋ

ପବିତ୍ର ଓସ୍ତ ଗଛକୁ ହିନ୍ଦୁ ଧର୍ମରେ ପୂଜା କରାଯାଏ। ଏହାଛଡ଼ା ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି

ପେଟ ଯନ୍ତ୍ରଣା, ଦାନ୍ତ ବିନ୍ଧିବା, ଗୋଡ଼ ଫଟା ପାଇଁ ଓସ୍ତ ଗଛ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ

ଦାନ୍ତ ଯନ୍ତ୍ରଣା

ଓସ୍ତ ଗଛର ଛାଲକୁ ଗୁଣ୍ଡ କରି ତାକୁ ଗରମ ପାଣିରେ ପକାଇ କୁଳି କଲେ ଦାନ୍ତ ଯନ୍ତ୍ରଣାରୁ ଉପଶମ ମିଳେ।

ଗୋଡ଼ ଫଟା

ଓସ୍ତ ପତ୍ରକୁ ଗୁଣ୍ଡ କରି ଫାଟୁଥିବା ଗୋଡ଼ରେ ଲଗାଇଲେ ଏହା ଭଲ ହୋଇଥାଏ। ଏହାଛଡ଼ା ଓସ୍ତ ଗଛରୁ ବାହାରୁ ଥିବା କ୍ଷୀର ଲଗାଇଲେ ମଧ୍ୟ ଗୋଡ଼ ଫଟା ଦୂର ହୋଇଥାଏ।

ରକ୍ତ ପରିଷ୍କାର କରେ

ଓସ୍ତ ଚେରକୁ ଚୁନା କରି ତାହା ସହ ମହୁ ମିଶାଇ ଖାଇଲେ ରକ୍ତ ପରିଷ୍କାର ରହେ।

ପେଟ ଯନ୍ତ୍ରଣା

ଓସ୍ତ ପତ୍ରକୁ ବାଟି ସେଥିରେ ଗୁଡ଼ ମିଶାଇ ଦିନରେ ୩-୪ଥର ଖାଇଲେ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳେ।

କୁଣ୍ଡାଇ ହେଉଥିଲେ

ଶରୀର କୁଣ୍ଡାଇ ହେଉଥିଲେ ଓସ୍ତ ଗଛର ଛାଲକୁ ନିମ୍ବ ପତ୍ର ଓ ଘିଅ ମିଶାଇ ଲଗାଇଲେ କୁଣ୍ଡାଇ ହେବା ବନ୍ଦ ହୋଇଥାଏ।

ଆଜମା

ଆଜମା ଦୋଷ ଥିଲେ ଓସ୍ତ ଛାଲ ଓ ଫଳକୁ ଅଲଗା ଅଲଗା ଗୁଣ୍ଡ କରି ଦିନକୁ ୩-୪ଥର ଖାଇଲେ ଆଜମା ରୋଗରୁ ମୁକ୍ତି ମିଳେ।

Comment