ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଖୁରସରେ ମିନେରାଲ, ଭିଟାମିନ ଏବଂ ଆଣ୍ଟିଅକ୍ସିଡେଣ୍ଟ ଅଧିକ ମାତ୍ରାରେ ଥାଏ ଯାହା ଶରୀରକୁ ଖୁବ୍ ଲାଭ ଦେଇଥାଏ

ଖରା ଦିନେ ଶରୀରକୁ ଅଧିକ ପାଣିର ଆବଶ୍ୟକତା ରହିଛି। ଖରାରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଥଣ୍ଡା ପାନୀୟ ପିଇଥାନ୍ତି। ରାସ୍ତା କଡ଼ରେ ମିଳୁଥିବା ଦହି ପଣା, ବେଲ ପଣା, ପୁଦିନା ପାଣି ଏବଂ ଆଖୁ ରସ ଇତ୍ୟାଦି ଲୋକଙ୍କୁ ଆରାମ ଦେଇଥାଏ। ଏହି ଥଣ୍ଡା ପାନୀୟ ମଧ୍ୟରୁ ଆଖୁ ରସକୁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି। ଏହା ଶରୀର ପାଇଁ ଲାଭଦାୟକ ଅଟେ। ଏହା କେବଳ ଯେ ଶରୀରକୁ ଥଣ୍ଡା କରିନଥାଏ ବରଂ ବିଭିନ୍ନ ରୋଗ ଦାଉରୁ ରକ୍ଷା କରିଥାଏ।

ଆଖୁରସରେ ମିନେରାଲ, ଭିଟାମିନ ଏବଂ ଆଣ୍ଟିଅକ୍ସିଡେଣ୍ଟ ଅଧିକ ମାତ୍ରାରେ ଥାଏ। ଯାହା ଶରୀରକୁ ଖୁବ୍ ଲାଭ ଦେଇଥାଏ।

ଥଣ୍ଡା ଓ ଜ୍ୱର

କେବଳ ଖରାଦିନେ ନୁହେଁ ଶୀତ ଦିନରେ ମଧ୍ୟ ଆଖୁରସ ଶରୀର ପାଇଁ ଉପକାରୀ ହୋଇଥାଏ। ଏହା ଦ୍ୱାରା ଥଣ୍ଡା ଜ୍ୱର ମଧ୍ୟ ଦୂର ହୁଏ।

ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ

ଆଖୁ ରସ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଟିକେ ପରିଶ୍ରମ କରିବା ଦ୍ୱାରା ନିଶ୍ୱାସ ନେବା କିମ୍ବା ଶରୀରରେ ଯନ୍ତ୍ରଣା ଆଦି ଅନୁଭବ ହେଉଥିଲେ ଆଖୁ ରସ ନିହାତି ପିଇବା ଦରକାର। ଏହାଦ୍ୱାରା ଶରୀରରେ ଉର୍ଜା ସୃଷ୍ଟି ହେବା ସହ ଶରୀର ଫୁର୍ତ୍ତି ରହିଥାଏ।

ସୌନ୍ଦର୍ଯ୍ୟ ବୃଦ୍ଧି

ସୌନ୍ଦର୍ଯତା ବୃଦ୍ଧି ଏବଂ ବ୍ରଣ ସମସ୍ୟା ଦୂର କରିବାରେ ମଧ୍ୟ ଆଖୁରସ ସହାୟତା ହୋଇଥାଏ।

ଷ୍ଟୋନ୍ ସମସ୍ୟା

ପେଟରେ ଷ୍ଟୋନ୍‌ ସମସ୍ୟା ପାଇଁ ଆଖୁ ଖାଇବା ଅତ୍ୟନ୍ତ ଭଲ। କିଛି ଦିନ ନିୟମିତ ଭାବେ ସକାଳେ ଆଖୁକୁ ଦାନ୍ତରେ ଚୋବାଇ ତାର ରସ ସେବନ କରନ୍ତୁ।

ଜଣ୍ଡିସ ସମସ୍ୟା

ଆଖୁ ରସ ଜଣ୍ଡିସ ରୋଗୀଙ୍କ ପାଇଁ ବହୁ ଉପକାରୀ ହୋଇଥାଏ। ଏହାର ପାନ ଦ୍ୱାରା ଶରୀରର ଜଣ୍ଡିସ ଜୀବାଣୁର ପ୍ରଭାବ କମ ହେବାର ଦେଖା ଯାଇଥାଏ। ଆଖୁ ରସରେ ଲେମ୍ବୁ ଏବଂ ଲୁଣ ମିଶାଇ ପିଅନ୍ତୁ। ଏହାଦ୍ୱାରା ଜଣ୍ଡିସ ଦୂର ହୋଇଥାଏ।

ମଧୁମେୟ ରୋଗୀ

ମଧୁମେୟ ରୋଗୀଙ୍କ ପାଇଁ ଆଖୁ ରସ ଖୁବ୍ ଉପକାରୀ । ଏହା ରକ୍ତର ଗ୍ଲୁକୋଜ ମାତ୍ରାକୁ ସମାନ ରଖିଥାଏ। ଏହା ଆପଣଙ୍କ ଶରୀରକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥାଏ।

ଗ୍ୟାସ ସମସ୍ୟା

ଏହା ଛଡ଼ା ଆଖୁ ରସ ଦ୍ୱାରା ଏସିଡ଼ିଟି କମ ହୋଇଥାଏ। ପେଟ ଜଳାଇବା ଏବଂ କାଟିବା କମ ହେବା ସହ ଶରୀରରେ ଚିନି ଏବଂ ଜଳୀୟ ଅଂଶର ପରିମାଣକୁ ନିୟନ୍ତ୍ରିତ ରଖିଥାଏ ଆଖୁ ରସ।

ବାନ୍ତି ହେଉଥିଲେ

ଯଦି ଆପଣଙ୍କର ବାନ୍ତି ହେଉଛି ତେବେ ଗୋଟେ ଗ୍ଲାସ ଆଖୁରସରେ ମହୁ ମିଶାଇ ପିଅନ୍ତୁ। ବାନ୍ତି ବନ୍ଦ ହୋଇଯିବ।

Comment