ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ‘ଆଜିର ବଡ଼ ଖବର’

ଧର୍ମେନ୍ଦ୍ରଙ୍କ ବିରୋଧରେ ଫେରାଦ ହେଲେ ଆଇଏଏସ୍ ଅଫିସର

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି ଆଇଏଏସ୍ ଅଫିସର। ଜଣେ ଆଇଏଏସ୍ ଅଫିସରଙ୍କ ବିରୋଧରେ ଧର୍ମେନ୍ଦ୍ର ନକରାତ୍ମକ ମନ୍ତବ୍ୟ ଦେଇଥିବାରୁ ଅଫିସରମାନେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି।

ମହାନଦୀ ଅଡ଼ୁଆ: ଓଡ଼ିଶାକୁ ନାଲିଆଖି ଦେଖାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ

ଛତିଶଗଡ଼ର ରାୟଗଡ଼ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରମଣ ମହାନଦୀ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। କହିଛନ୍ତି, ମହାନଦୀ ପାଣି ଉପରେ ଛତିଶଗଡ଼ର ଅଧିକାର ଅଛି। ଏଥିରୁ କେହି ବଞ୍ଚିତ କରିପାରିବେ ନାହିଁ। ରାୟଗଡ଼ରେ ଆଜି ଅନୁଷ୍ଠିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ବିକାଶ ଯାତ୍ରା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ରମଣ ଡାକିଥିଲେ ଏହି ପ୍ରେସମିଟ୍। ହେଲେ ଗଣମାଧ୍ୟମ ପ୍ରତିନିଧି ମହାନଦୀ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ରମଣ ଓଡ଼ିଶାକୁ ବାଣ ମାରିଥିଲେ।

ଶପଥ ନେଲେ ଓଡ଼ିଶାର ନୂଆ ରାଜ୍ୟପାଳ ଗଣେଶୀ ଲାଲ୍

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ମଙ୍ଗଳବାର ଶପଥ ନେଇଛନ୍ତି ଗଣେଶୀ ଲାଲ୍। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନିତ ଶରଣ ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଗଣେଶୀ ଲାଲ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

ବୈଜୟନ୍ତଙ୍କ ପାଇଁ ବଡ଼ ଚାଲେଞ୍ଜ: ରାଜନୀତିରେ ତିଷ୍ଠି ରହିବା?

ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ଭବିଷ୍ୟତ କଣ? ଏହି ପ୍ରଶ୍ନଟି ଏବେ କ୍ଷମତା କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛିଅବଶ୍ୟ ତାଙ୍କ ସ୍ୱର୍ଗତ ପିତାଙ୍କ ଏକାଦଶାହ କାର୍ଯ୍ୟ ସମ୍ପାଦନ ନହେବା ଯାଏଁ ତାଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା କହିବା କଷ୍ଟଅଧିକନ୍ତୁ, ପଣ୍ଡା ଆନୁଷ୍ଠାନିକ ଭାବେ ଲୋକସଭାର ବାଚସ୍ପତିଙ୍କୁ ପତ୍ର ଲେଖିବା ପରେ ଯାଇ ବାଚସ୍ପତି ସୁମିତ୍ରା ମହାଜନ ଏହାକୁ ମଞ୍ଜୁର କରିବେ ତାପରେ ଯାଇ ଆସନଟି ଖାଲି ପଡ଼ିବ

‘ସମବାୟ ଆପଣଙ୍କ ଦ୍ୱାର’ରେ ଯୋଜନା ଶୁଭାରମ୍ଭ

ଚାଷୀଙ୍କ ପାଇଁ ନୂଆ ଯୋଜନା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଚିବାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମାରୋହରେ ‘ସମବାୟ ଆପଣଙ୍କ ଦ୍ୱାରରେ’ ଯୋଜନାର ଶୁଭାରମ୍ଭ କରିଛନ୍ତି।

ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଣବ ମୁଖାର୍ଜି: ଚିନ୍ତାରେ କଂଗ୍ରେସ

ନାଗପୁରରେ ଅନୁଷ୍ଠିତ ଆରଏସଏସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପ୍ରଣବ ମୁଖାର୍ଜି। ଏହାକୁ ନେଇ କଂଗ୍ରେସ ବରିଷ୍ଠ ଅଧିକାରୀ ଚିନ୍ତାରେ ପଡ଼ିଯାଇଛନ୍ତି।

ଖୁବଶିଘ୍ର ବଜାରକୁ ଆସୁଛି ପତଞ୍ଜଳି ସିମ୍: ଜାଣନ୍ତୁ କ’ଣ ରହିଛି ଅଫର୍?

ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ସହିତ ମିଶି ବାବା ରାମଦେବ ସ୍ୱଦେଶୀ ସମୃଦ୍ଧି ସିମ୍‌ କାର୍ଡକୁ ଉନ୍ମୋଚନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସିମ୍‌ କାର୍ଡକୁ ପତଞ୍ଜଳିର କର୍ମଚାରୀ ଓ ଅଧିକାରୀମାନେ ବ୍ୟବହାର କରିବେ।

ନିର୍ଦ୍ଧାରିତ ସମୟର ୩ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମି: ଏଥର ହେବ ସ୍ଵାଭାବିକ ବର୍ଷା

ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆସି କେରଳରେ ପହଞ୍ଚିଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସିବିଏସଇ ଦଶମ ଶ୍ରେଣୀ ଫଳ ପ୍ରକାଶିତ: ପାସ ହାର ୮୬.୭ପ୍ରତିଶତ, ବାଜି ମାରିଲେ ଛାତ୍ରୀ

ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏନେଇ ମାନବ ସମ୍ବଳ ମନ୍ତ୍ରଣାଳୟର ସଚିବ ଅନୀଲ ସ୍ଵରୁପ ଟୁଇଟ୍ କରି ସୂଚନା ଦେଇଛନ୍ତି।

Comment