ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏନେଇ ମାନବ ସମ୍ବଳ ମନ୍ତ୍ରାଳୟର ସଚିବ ଅନିଲ ସ୍ଵରୁପ ଟୁଇଟ୍ କରି ସୂଚନା ଦେଇଛନ୍ତି।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ସଚିବ ଅନିଲ ସ୍ଵରୂପ ଟୁଇଟ କରି ଜଣାଇଛନ୍ତି।

ସିବିଏସଇ ଦଶମରେ ପାସ ହାର ୮୬.୭ପ୍ରତିଶତ ରହିଛି। ଛାତ୍ରୀଙ୍କ ପାସ ହାର ୮୮.୬୭ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସ ହାର ୮୫.୩୨ପ୍ରତିଶତ ରହିଛି।

ସିବିଏସଇ ରେଜଲ୍ଟସ ଡଟ୍ ଏନଆଇସି ଡଟ୍ ଇନ୍ ଏବଂ ସିବିଏସଇ ଡଟ୍ ଏନଆଇସି ଡଟ୍ ଇନ୍ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି।

ଚଳିତବର୍ଷ ସାରା ଦେଶରେ ୧୫,୨୮୬ଟି ସ୍କୁଲରୁ ୩୭୪୨ କେନ୍ଦ୍ରରେ ୧୬, ୬୭, ୫୭୩ ଜଣ ଛାତ୍ରଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ କେବଳ ଓଡ଼ିଶାରେ ଥିବା ୨୮୭ ସ୍କୁଲରେ ସିବିଏସଇ ଦଶମରେ ୭୦,୪୬୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Comment