ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ତିଲିକାଧରା ଷ୍ଟେସନ୍‍ ନିକଟରେ ଟ୍ରେନରେ ନିଆଁ ଲାଗିଯାଇଛି। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

କେନ୍ଦୁଝର- ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ରେ ନିଆଁ। ବୁଧବାର ସକାଳେ ଟ୍ରେନ୍‌ଟି ହରିଚନ୍ଦନପୁର ତିଲିକିଧରା ନିକଟରେ ଯାଉଥିବାବେଳେ ଟ୍ରେନର ଲଗେଜ ବଗିରେ ଆକସ୍ମିକ ନିଆଁ ଲାଗିଯାଇଥିଲା।

କେନ୍ଦୁଝର ତିଲିକାଧରା ଷ୍ଟେସନ୍‍ ନିକଟରେ ଟ୍ରେନରେ ନିଆଁ ଲାଗିଥିବା ଜଣାପଡିବା ପରେ ରେଳ କର୍ତ୍ତୃପକ୍ଷଙ୍କ ତରଫରୁ ଟ୍ରେନକୁ ଅଟକା ଯାଇଥିଲା। ତୁରନ୍ତ ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

କେନ୍ଦୁଝର- ଭୁବନେଶ୍ୱର ପାସେଞ୍ଜର ଟେନ୍‌ର ସିଆରପିଏଫଙ୍କ ଦ୍ୱାରା ବୁକ୍‍ ହୋଇଥିବା ଲଗେଜ ବଗିରେ ନିଆଁ ଲାଗିଥିଲା। ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଭୟଭୀତ ହୋଇ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଇଞ୍ଜନ ଓ ପାସେଞ୍ଜର ବଗିଠାରୁ ନିଆଁ ଲାଗିଥିବା ଲଗେଜ ବଗିକୁ ଅଲଗା କରାଯାଇପାରିଥିଲା। ଫଳରେ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି।

Comment