ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୮ ଆଇପିଏଲ ସଂସ୍କରଣରେ ଅନେକ ରେକର୍ଡ ଭାଙ୍ଗିବା ସହ ଏକାଧିକ ନୂଆ ରେକର୍ଡ ମଧ୍ୟ ତିଆରି ହୋଇଛି। ଆଇପିଏଲ୍‍ରେ ନିଜ ପ୍ରଭାବୀ ପ୍ରଦର୍ଶନ ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କିଛି ଭାରତୀୟ କ୍ରିକେଟ୍‍ର।

ଆଇପିଏଲ୍‍ର ୧୧ତମ ସଂସ୍କରଣ ଶେଷ ହୋଇଛି। ଚେନ୍ନଇ ଚାମ୍ପିଅନ୍‍ ହୋଇଥିବାବେଳେ ସନ୍‍ରାଇଜର୍ସ ହାଇଦରାବାଦ୍‍ ରନର୍ସଅପ୍‍ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ବହୁ ଖେଳାଳି ନିଜ ପ୍ରଦର୍ଶନ ବଳରେ ଦର୍ଶକଙ୍କ ମନ ଜିଣି ପାରିଛନ୍ତି।

୨୦୧୮ ଆଇପିଏଲ ସଂସ୍କରଣରେ ଅନେକ ରେକର୍ଡ ଭାଙ୍ଗିବା ସହ ଏକାଧିକ ନୂଆ ରେକର୍ଡ ମଧ୍ୟ ତିଆରି ହୋଇଛି। ଆଇପିଏଲ୍‍ରେ ନିଜ ପ୍ରଭାବୀ ପ୍ରଦର୍ଶନ ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କିଛି ଭାରତୀୟ କ୍ରିକେଟ୍‍ର। ଏହି କ୍ରିକେଟ୍‍ରମାନଙ୍କ ଭବିଷ୍ୟତ ବେଶ୍‍ ଉଜ୍ଜ୍ୱଳ।

ଅମ୍ବାତି ରାଇଡୁ

ଚେନ୍ନାଇ ପକ୍ଷରୁ ଖେଳିଥିବା ଅମ୍ବାତି ରାଇଡୁଙ୍କ ପାଇଁ ୨୦୧୮ ଆଇପିଏଲ୍‌ ଥିଲା ସର୍ବଶ୍ରେଷ୍ଠ ସିଜିନ। ଏହି ଆଇପିଏଲରେ ସେ ୪ର୍ଥ ସର୍ବାଧିକ ସ୍କୋର୍‌ର ହେବାର ଗୌରବ ଅର୍ଜନ କରିଛନ୍ତି। ୧୬ଟି ମ୍ୟାଚ୍ ଖେଳି ସେ ୬୦୨ ରନ୍‌ ସ୍କୋର୍‌ କରିଛନ୍ତି। ୨.୨ କୋଟି ଖର୍ଚ୍ଚ କରି ରାଇଡ଼ୁଙ୍କ ଦଳରେ ସ୍ଥାନ ଦେଇଥିଲା ଚେନ୍ନାଇ।

ସିଦ୍ଧାର୍ଥ କୌଲ୍

୨୦୧୮ ଆଇପିଏଲରେ ତୃତୀୟ ସର୍ବାଧିକ ୱିକେଟ୍‌ ଟେକର୍‌ ସାବ୍ୟସ୍ତ ହୋଇଛନ୍ତି ସିଧାର୍ଥ କଲ୍‌। ସେ ୧୭ଟି ମ୍ୟାଚ୍‌ରୁ ୨୧ଟି ୱିକେଟ୍‌ ନେଇଛନ୍ତି। ହାଇଦ୍ରାବାଦ ତାଙ୍କୁ ୩.୮ କୋଟି ଟଙ୍କାରେ ଦଳରେ ସ୍ଥାନ ଦେଇଥିଲା।୨୮ ବର୍ଷୀୟ ଏହି ଦ୍ରୁତ ବୋଲର ଆଗାମୀ ଦିନରେ ଭାରତୀୟ ଦଳରେ ସାମିଲ ହେବେ ବୋଲି ଆଶା କରାଯାଉଛି।ଦୀପକ ଚହର : ଚେନ୍ନଇ ସୁପର କିଙ୍ଗସ୍‍ ଦଳ ତରଫରୁ ଚଳିତ ଆଇପିଏଲ୍‍ ସିଜିନ୍‍ରେ ଖେଳିଥିଲେ ବୋଲର ଦୀପକ ଚହର। ୧୨ଟି ମ୍ୟାଚ୍‍ ଖେଳି ସେ ୧୦ଟି ୱିକେଟ୍‍ ହାସଲ କରିଛନ୍ତି। ଓଭର ପିଛା ୭.୨୮ ରନ୍‍ ବ୍ୟୟ କରିଥିବା ୨୫ ବର୍ଷୀୟ ଏହି ବୋଲର ବ୍ୟାଟିଂରେ ମଧ୍ୟ ଦକ୍ଷ ଥିବା ପ୍ରମାଣ ଦେଇଛନ୍ତି। କିଙ୍ଗସ୍‍ ଏକାଦଶ ବିପକ୍ଷ ମ୍ୟାଚ୍‍ରେ ଧୋନି, ବ୍ରାଭୋ ଓ ଜାଡେଜାଙ୍କ ଠାରୁ ଆଗୁଆ ବ୍ୟାଟିଂ କରିବାକୁ ଆସି ଚହର ୨୦ଟି ବଲ୍‍ରୁ ୩୮ ରନ୍‍ ସଂଗ୍ରହ କରିଥିଲେ।

ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ୍‌ ସୁର୍ଯ୍ୟକୁମାର ଯାଦବ ମଧ୍ୟ ଆଇପିଏଲ ୨୦୧୮ରେ ନିଜର କମାଲ ଦେଖାଇଛନ୍ତି। ଚଳିତ ସିଜିନ୍‍ରେ ୫୦୦ରୁ ଅଧିକ ରନ୍‍ ସଂଗ୍ରହ କରିଥିବା ୨୭ ବର୍ଷୀୟ ଏହି ବ୍ୟାଟସମ୍ୟାନ୍‍ ମୁମ୍ବଇ ତରଫରୁ ବ୍ୟାଟିଂ ଓପନ୍‍ କରିବାର ସୁଯୋଗ ପାଇ ଏହାର ବେଶ୍‍ ସଦୁପଯୋଗ କରିଥିଲେ। ୧୪ଟି ମ୍ୟାଚ୍‌ରୁ ସେ ୫୧୨ ରନ୍‌ କରିଛନ୍ତି। ୧୧ ତମ ସଂସ୍କରଣରେ ମୁମ୍ବାଇ ପକ୍ଷରୁ ସେ ସର୍ବାଧିକ ସ୍କୋର୍‌ କରିଛନ୍ତି।

ଅଙ୍କିତ ରାଜପୁତ

ଉତ୍ତରପ୍ରଦେଶର ଏହି କ୍ରିକେଟ୍‍ର ୨୦୧୩, ୨୦୧୬ ଓ ୨୦୧୭ ସିଜିନ୍‍ରେ ୧୧ଟି ମ୍ୟାଚ୍‍ ଖେଳିଥିଲେ। ଚଳିତ ସିଜିନ୍‍ରେ ସେ କିଙ୍ଗସ୍‍ ଏକାଦଶ ଦଳରେ ସାମିଲ ହୋଇଥିଲେ। କିଙ୍ଗସ୍‍ ଏକାଦଶ ତରଫରୁ ୫ମ ମ୍ୟାଚ୍‍ରେ ଖେଳିବାର ସୁଯୋଗ ପାଇଥିବା ଅଙ୍କିତ ୨ଟି ୱିକେଟ୍‍ ହାସଲ କରିଥିବା ବେଳେ ସନ୍‍ରାଇଜର୍ସ ହାଇଦରାବାଦ୍‍ ବିପକ୍ଷରେ ୧୪ ରନ୍‍ଦେଇ ୫ଟି ୱିକେଟ୍‍ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

 ଈଶାନ କିଷନ୍

ଝାଡଖଣ୍ଡର ଏହି ୱିକେଟ ରକ୍ଷକ ବ୍ୟାଟସମ୍ୟାନ୍‍ଙ୍କୁ ମୁମ୍ବଇ ଇଣ୍ଡିଆନ୍‍ସ ଦଳ ୬.୨ କୋଟି ଟଙ୍କାରେ କିଣିଥିଲା। ଈଶାନ୍‍ ମଧ୍ୟ ନିଜ ପ୍ରଦର୍ଶନ ବଳରେ ପ୍ରତିଭା ଦେଖାଇଥିଲେ। ମୁମ୍ବଇ ଦଳ ତରଫରୁ ପ୍ରଥମ ୩ଟି ମ୍ୟାଚ୍‍ରୁ ଦୁଇଟିରେ ସେ ୪୦ରୁ ଊର୍ଦ୍ଧ୍ଵ ରନ୍‍ ସଂଗ୍ରହ କରିଥିଲେ। କଲକାତା ନାଇଟ୍‍ ରାଇଡର୍ସ ବିରୋଧରେ ମାତ୍ର ୨୧ଟି ବଲ୍‍ରୁ ୬୨ ରନ୍‍ କରି ସେ ନିଜ ଦକ୍ଷତାର ଉପଯୁକ୍ତ ପରିଚୟ ପ୍ରଦାନ କରିଛନ୍ତି। ୱିକେଟ ରକ୍ଷକ ଭାବେ ମଧ୍ୟ ଈଶାନ୍‍ଙ୍କ ପ୍ରଦର୍ଶନ ବେଶ୍‍ ଭଲ ଥିଲା।

ମୟଙ୍କ ମାର୍କଣ୍ଡେ

ମୁମ୍ବାର ଇଣ୍ଡିଆନ୍ସ ଟିମର ସ୍ପିନର୍ ମୟଙ୍କ ମାର୍କଣ୍ଡେ ଆଇପିଏଲରେ ନିଜର କମାଲ ଦେଖାଇଛନ୍ତି। ମୁମ୍ବାଇ ତାଙ୍କୁ ମାତ୍ର ୨୦ ଲକ୍ଷ ଟଙ୍କାରେ କିଣିଥିଲା। ହେଲେ ସେ ପ୍ରତିଯୋଗିତାରେ ୧୫ଟି ୱିକେଟ୍‌ ନେଇ ଶ୍ରେଷ୍ଠ ୧୨ ଜଣ ବୋଲର୍‌ଙ୍କ ଲିଷ୍ଟରେ ସାମିଲ ହୋଇଛନ୍ତି।

Comment