ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ବଲାଙ୍ଗିର ଏଡିଜେ କୋର୍ଟ।

ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି।

ବଲାଙ୍ଗିର ଏଡିଜେ କୋର୍ଟ ଏହି ମାମଲାରେ ଶୁଣାଣି କରି ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।

ଗତ ଏପ୍ରିଲ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ତା’ପରେ ପର୍ଯ୍ୟାୟକ୍ରମେ ପୁଞ୍ଜିଲାଲକୁ ବଲାଙ୍ଗିର ଓ ରାୟପୁର ରିମାଣ୍ଡରେ ନେଇ ପ୍ରମାଣ ଯୋଗାଡ଼ କରିଥିଲା କ୍ରାଇମବ୍ରାଞ୍ଚ।

ଗତ ଫେବୃୟାରୀ ୨୩ ତାରିଖରେ ରାୟପୁରରୁ ଆସିଥିବା ଏକ ଅଜଣା ପାର୍ସଲକୁ ଖୋଲିଥିଲେ ନବବିବାହିତ ଦମ୍ପତ୍ତି ସୌମ୍ୟଶେଖର, ପତ୍ନୀ ରୀମାରାଣୀ ଏବଂ ତାଙ୍କ ଜେଜେମା’। କିନ୍ତୁ ପାର୍ସଲଟି ଖୋଲିବା ମାତ୍ରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ସୌମ୍ୟଶେଖର ଏବଂ ଜେଜେମା’ଙ୍କ ମୃତ୍ୟୁ ହୋଇଥିଲା।

Comment