ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ‘ଆଜିର ବଡ଼ ଖବର’

ସ୍ପେନ ଯିବ ଭାରତୀୟ ମହିଳା ହକି ଟିମ୍, ୫ ଓଡ଼ିଆ ଖେଳାଳି ସାମିଲ୍

ଜୁନ୍ ୧୨ରେ ସ୍ପେନ ଗସ୍ତରେ ଯାଉଛି ଭାରତୀୟ ମହିଳା ହକି ଟିମ୍। ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଟିମ୍ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୫ ଖେଳାଳି ସାମିଲ ହୋଇଛନ୍ତି।

ବିଜେପିକୁ ଘାରିଲା ମହାନଦୀ ଚିନ୍ତା

ମହାନଦୀ ପାଲଟିଲା ମହାପ୍ରସଙ୍ଗ। ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ମହାନଦୀକୁ ଅସ୍ତ୍ର କରିଥିବା ବେଳେ ବିଜେପିକୁ ଏବେ ମହାନଦୀ ଚିନ୍ତା ଘାରିଛି। ବିଳମ୍ବରେ ହେଲେ ବି ବିଜେପି ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲି ଛତିଶଗଡ଼ ଭୁଲ୍ କରିଛି ବୋଲି କହିଛି। ମହାନଦୀ ପାଣିକୁ ଅସ୍ତ୍ର କରି ବିଜେଡି ଦୁଇ ପାଦ ଆଗରେ ରହିଛି। ମହାନଦୀର ସୁରକ୍ଷା ପାଇଁ ବିଜେଡି ଆନ୍ଦୋଳନକୁ ଓହ୍ଲାଇ ଲୋକଙ୍କ ସମର୍ଥନ ହାସଲ କରିଛି। ମହାନଦୀର ଦୁର୍ଦ୍ଦଶା ପାଇଁ ଛତିଶଗଡ଼ ଏବଂ କେନ୍ଦ୍ର ବିଜେପି ସରକାରକୁ ଦାୟୀ କରିଛି ବିଜେଡି।

୨୦୧୯ରେ ଏକାଠି ଲଢ଼ିବେ ଜେଡିଏସ୍‌-କଂଗ୍ରେସ

କର୍ଣ୍ଣାଟକରେ ପଡ଼ିଲା ମେଣ୍ଟ ମୂଳଦୁଆ। ୨୦୧୯ରେ କଂଗ୍ରେସ-ଜେଡିଏସ୍ ଏକାଠି ଲଢ଼ିବେ ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା କେ ସି ବଣେୁଗୋପାଳ। କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଗଠନ ନେଇ ଆଜି ବୈଠକ ବସିଥିଲା। ଏହି ବୈଠକ ପୂର୍ବରୁ ଉଭୟ ଦଳ ଭିତରେ ପ୍ରାକ୍ ନିର୍ବାଚନୀ ମେଣ୍ଟ ହୋଇଥିବା ବେଣୁଗୋପାଳ କହିଛନ୍ତି।

୪୮ ମାସରେ ଓଡ଼ିଶା ପାଇଁ କ’ଣ କରିଛି କେନ୍ଦ୍ର? ଧର୍ମେନ୍ଦ୍ର ଦେଲେ ରିପୋର୍ଟ

ମେ’ ୨୬ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ପୂରିଛି ଚାରି ବର୍ଷ। ଏହି ଅବସରରେ ମୋଦି କଟକ ଆସି ଚାରି ବର୍ଷର ସଫଳତା ବଖାଣି ଦିଲ୍ଲୀ ଫେରି ଯାଇଛନ୍ତି। ତେବେ ଚାରି ବର୍ଷ ଭିତରେ କେନ୍ଦ୍ର ସରକାର କ’ଣ କରିଛନ୍ତି ତାର ହିସାବ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ପ୍ରସନ୍ନ ଆଚାର୍ଯ୍ୟ ହେବେ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ: କଂଗ୍ରେସ ଦେଇପାରେ ପ୍ରସ୍ତାବ!

କିଏ ହେବେ ରାଜ୍ୟସଭା ଉପାଧ୍ୟକ୍ଷ? ଏହି ପ୍ରସଙ୍ଗକୁ ନେଇ ଆଜି ଦିନ ତମାମ୍ ରାଜ୍ୟ ରାଜନୀତି ସରଗରମ୍ ରହିଛି। ରାଜ୍ୟସଭାର ଏହି ଗୁରୁତ୍ବପୂର୍ଣ୍ଣ ପଦବୀଟି ବିଜେଡି କିମ୍ବା ତୃଣମୂଳ କଂଗ୍ରେସ ହାତକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଏବଂ ତୃଣମୂଳ କଂଗ୍ରେସର ସୁଖେନ୍ଦୁ ଶେଖର ରାୟଙ୍କ ନାଁ ଚର୍ଚ୍ଚା ହେଉଛି। ତେବେ ଏହି ଦୁଇ ଦଳ ଭିତରୁ ବିଜେଡି ହାତକୁ ଏହି ଆସନ ଯିବାର ଅଧିକ ସମ୍ଭାବନା ରହିଥିବା ଆଲୋଚନା ହେଉଛି।

୨୦୧୯ରେ ଏକାଠି ଲଢ଼ିବେ ଜେଡିଏସ୍‌-କଂଗ୍ରେସ

କର୍ଣ୍ଣାଟକରେ ପଡ଼ିଲା ମେଣ୍ଟ ମୂଳଦୁଆ। ୨୦୧୯ରେ କଂଗ୍ରେସ-ଜେଡିଏସ୍ ଏକାଠି ଲଢ଼ିବେ ନିର୍ବାଚନ। ଏନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା କେ ସି ବଣେୁଗୋପାଳ। କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଗଠନ ନେଇ ଆଜି ବୈଠକ ବସିଥିଲା। ଏହି ବୈଠକ ପୂର୍ବରୁ ଉଭୟ ଦଳ ଭିତରେ ପ୍ରାକ୍ ନିର୍ବାଚନୀ ମେଣ୍ଟ ହୋଇଥିବା ବେଣୁଗୋପାଳ କହିଛନ୍ତି।

ଫିଲ୍ମି ଫ୍ରାଇଡେ: ଭାଇକୁ ଟକ୍କର ଦେଉଛନ୍ତି ସୋନମ

୨ଟି ବଲିଉଡ଼ ଫିଲ୍ମ ‘ବୀର୍ ଦି ୱେଡିଂ’ ଓ ‘ଭବେଶ ଯୋଶୀ ଦ ସୁପର ହିରୋ’ ଶୁକ୍ରବାର ମୁକ୍ତିଲାଭ କରିଛି। ଏହି ୨ଟି ଫିଲ୍ମକୁ ନେଇ ଦର୍ଶକ ବେଶ୍‌ ଉତ୍ସାହିତ। ଗୋଟିଏ ଫିଲ୍ମରେ ସୋନମ୍‌ କପୁର ଲିଡ଼୍‌ ରୋଲରେ ଥିବାବେଳେ ଅନ୍ୟ ଏକ ଫିଲ୍ମରେ ସୋନମ୍‌ଙ୍କ ଭାଇ ହର୍ଷବର୍ଦ୍ଧନ କପୁର ଲିଡ୍ ରୋଲରେ ଅଛନ୍ତି।

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲଙ୍କୁ ମିଳିଲାନି ଜାମିନ

ପାର୍ସଲ ବୋମା ଘଟଣାର ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ବଲାଙ୍ଗିର ଏଡିଜେ କୋର୍ଟ।

ବଢ଼ିଲା ଗ୍ୟାସ ଦର: ତେଲ ଦର ବୃଦ୍ଧି ପରେ ଜନତାଙ୍କୁ ଆଉ ଏକ ଝଟକା

ମହଙ୍ଗା ହେଲା ଗ୍ୟାସ ଦର। ଏଣିକି ଗ୍ରାହକଙ୍କୁ ସବ୍‌ସିଡ଼ି ସିଲିଣ୍ଡର ପିଛା ୨ ଟଙ୍କା ୩୪ ପଇସା ଅଧିକ ଦେବାକୁ ପଡ଼ିବ। ସେହିପରି ଅଣସବ୍‌ସିଡ଼ି ସିଲିଣ୍ଡର ପିଛା ୪୮ ଟଙ୍କା ବୃଦ୍ଧି ହୋଇଥିବାବେଳେ ନୂଆ ଦର ଶୁକ୍ରବାରଠାରୁ ଲାଗୁ ହୋଇଛି।

ଆସନ ନୁହେଁ, ଭୋଟ ପ୍ରତିଶତ ବି କମୁଛି: ଚିନ୍ତାରେ ବିଜେପି

ବିଜେପି ଦଳ ଏବେ ଚିନ୍ତାରେ। ୧୦ଟି ରାଜ୍ୟର ୪ଟିରେ ଲୋକସଭା ଓ ୧୦ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନର ଫଳାଫଳକୁ ନେଇ ବିଜେପି କିଛିଟା ବିଚଳିତ ହୋଇପଡ଼ିଛି।

ଆଇପିଏଲରୁ ଷ୍ଟାର ଖେଳାଳି: ଭାରତୀୟ ଦଳରେ ସ୍ଥାନ ପାଇବାକୁ ଆଶାବାଦୀ ଏହି ଖେଳାଳିମାନେ

୨୦୧୮ ଆଇପିଏଲ ସଂସ୍କରଣରେ ଅନେକ ରେକର୍ଡ ଭାଙ୍ଗିବା ସହ ଏକାଧିକ ନୂଆ ରେକର୍ଡ ମଧ୍ୟ ତିଆରି ହୋଇଛି। ଆଇପିଏଲ୍‍ରେ ନିଜ ପ୍ରଭାବୀ ପ୍ରଦର୍ଶନ ବଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କିଛି ଭାରତୀୟ କ୍ରିକେଟ୍‍ର।

Comment