ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଓଲିଉଡର ଟପ୍ ହିରୋଇନମାନଙ୍କ ମଧ୍ୟରୁ କେବଳ ଅନୁଚୌଧୁରୀ, ନମ୍ରତା ଥାପ୍ପା ଓ ଲଭଲି ପ୍ରମୁଖ ଆଇଟମ୍ ଗାର୍ଲ ବନିଛନ୍ତି ଓଡ଼ିଆ ଫିଲ୍ମରେ। ହେଲେ ଆଉ କେତେକ ନାମୀ ନାୟିକା ଏଯାଏଁ କୌଣସି ଓଡ଼ିଆ ଛବିରେ ଆଇଟମ୍ ଡ୍ୟାନ୍ସ କରିବାକୁ ରାଜି ହୋଇନାହାନ୍ତି।

ଆସନ୍ତୁ ଜାଣିବା ସେମାନେ କିଏ?

ଅର୍ଚ୍ଚିତା

ଓଲିଉଡର ହିଟ୍ ହିରୋଇନ୍ ଅର୍ଚ୍ଚିତା ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଓ ମାଇଁ ଲଭ୍’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ବିଗତ ୧୩ ବର୍ଷ ଭିତରେ ଅନେକ ସିନେମାରେ ନାୟିକା ବନିଛନ୍ତି। ହେଲେ ନିଜ ଅଭିନୀତ ସିନେମା ବ୍ୟତୀତ ଅନ୍ୟ କୌଣସି ଫିଲ୍ମରେ ସେ ଏ ଯାଏଁ ଆଇଟମ୍ ଗର୍ଲ ବନିନାହାନ୍ତି। ଅବଶ୍ୟ ସେ ନିଜ ଅଭିନୀତ ସିନେମାରେ ଆଇଟମ୍ ନମ୍ବର ଭଳି ଗୀତରେ ନୃତ୍ୟ କରିଛନ୍ତି ଓ ପ୍ରଶଂସିତା ବି ହୋଇଛନ୍ତି।

ବର୍ଷା ପ୍ରିୟଦର୍ଶନୀ

ଠିକ୍ ସେହିପରି ଓଲିଉଡର ଆଉ ଜଣେ ଚର୍ଚ୍ଚିତା ନାୟିକା ହେଲେ ବର୍ଷା ପ୍ରିୟଦର୍ଶିନୀ। ସେ ୨୦୦୩ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ଏ ଯୁଗର କୃଷ୍ଣସୁଦାମା’ରେ ନାୟିକା ଭାବେ ପ୍ରଥମେ ଅଭିନୟ କରିଥିଲେ। ଏହା ପରେ ସେ ନିୟମିତ ଭାବେ ଅନେକ ଓଡ଼ିଆ ଛବିରେ ନାୟିକା ଭାବେ- ପରଦାକୁ ଆସିଛନ୍ତି।

କିନ୍ତୁ ଆପଣ କ’ଣ ଜାଣନ୍ତି କି ବର୍ଷା ପ୍ରିୟଦର୍ଶିନୀ ଏଯାଏଁ କୌଣସି ବି ସିନେମାରେ ଆଇଟମ୍ ଡ୍ୟାନ୍ସ କରିନାହାନ୍ତି କି ସେ ଆଇଟମ୍ ଗାର୍ଲ ସାଜି ନାହାଁନ୍ତି। ଏପରିକି ତାଙ୍କ ଉପରେ ସେଭଳି ଗୀତ ବି ପିକ୍‌ଚରାଇଜ୍ ହୋଇନାହିଁ।

ଅର୍ଚ୍ଚିତା ଓ ବର୍ଷାଙ୍କ ଅଭିନୀତ ବିଭିନ୍ନ ସିନେମାରେ ଆଇଟମ୍ ନମ୍ବର ଅଛି। ହେଲେ ସେଥିରେ ଅନ୍ୟ କଳାକାର ଆଇଟମ୍ ଡ୍ୟାନ୍ସ କରିଛନ୍ତି।

ରୀୟା ଦେ

ଓଲିଉଡର ଆଉ ଜଣେ ହଟ୍ ହିରୋଇନ୍ ହେଲେ ରୀୟା ଦେ। ସେ ୨୦୧୦ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପ୍ରେମ ଅଢ଼େଇ ଅକ୍ଷର’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ରୀୟାଙ୍କୁ ଦର୍ଶକ ଇତିମଧ୍ୟରେ ଅନେକ ଓଡ଼ିଆ ସିନେମାରେ ଫିମେଲ୍ ଲିଡରେ ଦେଖିବାକୁ ପାଇଛନ୍ତି।

ରୀୟା କେତେକ ସିନେମାରେ ହଟ୍ ସିନ୍ କରିଛନ୍ତି। ଏପରିକି ଜବରଦସ୍ତ ଡ୍ୟାନ୍ସ ବି ପରଫରମାନ୍ସ ଦେଇଛନ୍ତି। କିନ୍ତୁ ରୀୟା ଦେ କେବେବି ଅନ୍ୟ କୌଣସି ସିନେମାରେ ଆଇଟମ୍ ଗାର୍ଲ ବନି ନାହାନ୍ତି।

ଝିଲିକ୍

ଏବେକାର ଓଲିଉଡର ଜଣେ ଟପ୍ ହିରୋଇନ୍ ହେଲେ ଝିଲିକ୍। ସେ ୨୦୧୩ରେ ରିଲିଜ୍ ହୋଇଥିବା ‘ଟାର୍ଗେଟ୍’ ଫିଲ୍ମରୁ ଓଲିଉଡରେ ହିରୋଇନ୍ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଏହା ଭିତରେ ଗୁଡାଏ ସିନେମାରେ କାମ କରିସାରିଲେଣି। ହେଲେ ଏ ଯାଏଁ ଝିଲିକ୍ ପରଦା ଉପରେ ଆଇଟମ୍ ଡ୍ୟାନ୍ସ କରିନାହାନ୍ତି।

ଏଲିନା ସାମନ୍ତରାୟ

ଏଲିନା ସାମନ୍ତରାୟ ଏବେ ଓଲିଉଡର ଜଣେ ଟପ୍ ହିରୋଇନ୍। ସେ ‘ଇଶ୍କ ତୁ ହି ତୁ’ ସିନେମାରୁ ଆରମ୍ଭ କରି ‘ଫୋର୍ ଇଡିଅଟ୍ସ’ ଯାଏଁ ବେଶ୍ କେତୋଟି ସିନେମାରେ ଫିମେଲ୍ ଲିଡ୍‌ରେ ନଜର ଆସିଛନ୍ତି। କିନ୍ତୁ ନିଜେ ଅଭିନୟ କରିନଥିବା କୌଣସି ଗୋଟିଏ ବି ଓଡ଼ିଆ ଫିଲ୍ମରେ ଆଇଟମ୍ ଗାର୍ଲ ବନି ନାହାନ୍ତି ଏଲିନା।

ଅନୁଭା

ଏବେ ଓଲିଉଡରେ ହିରୋଇନ୍ ଭାବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ଅନୁଭା। ସେ ମୁଁ ପ୍ରେମୀ ମୁଁ ପାଗଳ, ସୁଇଟ୍ ହାର୍ଟ, ରିଭେଞ୍ଜ ସମୟ ବଡ଼ ବଳବାନ ଓ ବଜରଙ୍ଗୀ ଆଦି ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି। କିନ୍ତୁ ଅନୁଭାବି ବନିନାହାନ୍ତି ଆଇଟମ୍ ଗାର୍ଲ।

ଭୂମିକା

ଟିନ୍‌ଏଜର୍ ହିରୋଇନ୍ ଭୂମିକା ଇତିମଧ୍ୟରେ ତିନିଟି ଓଡ଼ିଆ ସିନେମା ‘ତୁ ମୋ’ ଲଭ ଷ୍ଟୋରି, ହିରୋ ନଂ୧ ଓ ନାୟକର ନାଆଁ ଦେବଦାସରେ ଫିମେଲ୍ ଲିଡ୍‌ରେ ଅଭିନୟ କରିଛନ୍ତି। କିନ୍ତୁ ଏଯାଏଁ ଭୂମିକା ଅନ୍ୟ କୌଣସି ଫିଲ୍ମରେ ଆଇଟମ୍ ଡ୍ୟାନ୍ସ କରିନାହାନ୍ତି।

Comment