ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଣ୍ଡା ଇନଫ୍ରା କମ୍ପାନିର ପରିଚାଳନା ନିର୍ଦ୍ଦେଶକ ପ୍ରତାପ ପଣ୍ଡାଙ୍କୁ ମିଳିଛି ଜାମିନ୍। ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍‌ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ୧୫ ଦିନରେ ଥରେ ଲକ୍ଷ୍ମୀସାଗର ଥାନାରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମେ ୪ ତାରିଖରେ ନିର୍ମାଣାଧିନ ବମିଖାଲ ଓଭରବ୍ରିଜର ରେଲିଂ ଭୁଶୁଡ଼ିଯିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଆଉ ଜଣେ ଗୁରୁତର ହୋଇଯାଇଥିଲେ। ୮ ମାସରେ ଦୁଇ ଥର ବମିଖାଲ ଓଭରବ୍ରିଜ ଭୁଶୁଡ଼ିଥିବାରୁ ଏହାକୁ ନେଇ ହୋ-ହଲ୍ଲା ହୋଇଥିଲା। ପଣ୍ଡା ଇନଫ୍ରା କମ୍ପାନି ମାଲିକ ପ୍ରତାପ ପଣ୍ଡାଙ୍କ ଗିରଫ ଦାବି ତେଜିଥିଲା।

ମେ ୫ ତାରିଖରେ ପ୍ରତାପ ପଣ୍ଡା ଲକ୍ଷ୍ମୀସାଗର ଥାନାରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଆଇପିସି ଧାରା ୩୦୪, ୩୩୭, ୩୩୮, ୩୪ରେ ମାମଲା ରୁଜୁ କରିଥିଲା ପୋଲିସ।

Comment