ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟରେ ଚାଲିଥିବା ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (ଏସ୍‌ଆଇଟି)ର ବୈଠକ ଶେଷ ହୋଇଛି। ଏହି ବୈଠକରେ କଳାଧନ ସମ୍ପର୍କରେ ଆଲୋଚନା ହୋଇଥିଲା। ମାଓବାଦୀଙ୍କଠାରୁ ବିପୁଳ କଳାଧନ ଜବତ ହେଉଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଏହି ବୈଠକରେ ଏସ୍‌ଆଇଟି ଉପାଧ୍ୟକ୍ଷ ଅରଜିତ ପଶାୟତ ଅଧ୍ୟକ୍ଷତା କରିଥିଲେ।

ଅରଜିତ୍ ପଶାୟତ କହିଛନ୍ତି, “ମାଲକାନଗିରି ପରି ମାଓପ୍ରବଣ ଅଞ୍ଚଳରୁ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଚାଲାଣ ବେଳେ ଜବତ କରାଯାଇଛି। ଏହାଛଡ଼ା ମାଓନେତାଙ୍କଠାରୁ ବହୁ ସମ୍ପତ୍ତି ଜବତ କରାଯାଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମାଓବାଦୀମାନେ କଳାଧନକୁ ବ୍ୟବହାର କରି ସେମାନଙ୍କ ଅପରାଧିକ କାର୍ଯ୍ୟ ବଢ଼ାଉଛନ୍ତି।”

ଏହାସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖଣିରୁ କେତେ ଟଙ୍କା ଆଦାୟ କରାଯାଇଛି, ଆଉ କେତେ ଟଙ୍କା ଆଦାୟ କରାଯିବ ଏବଂ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି।

ଏସ୍‌ଆଇଟି ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶକ ଡି ପି ଦାସ, ଇଡିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଯୋଗେଶ ଗୁପ୍ତା, ସିବିଆଇ ଏସ୍‌ପି ପ୍ରଦୀପ ମାଞ୍ଝି ପ୍ରମୁଖ ଯୋଗ ଦେଇଥିଲେ।

Comment