ଓଡ଼ିଶାଲାଇଭ୍‌ ବ୍ୟୁରୋ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୂଚନା ଅଧିକାର କର୍ମୀ ଚିନ୍ମୟ ଦାଶ ପୁରୀ ଏସ୍‌ଡିଜେଏମ୍ କୋର୍ଟରେ ୱାନ ସିସିରେ ମାମଲା ରୁଜୁ କରିଛନ୍ତି।

ରତ୍ନଭଣ୍ଡାର ଚାବିକୁ ନେଇ ବିବାଦୀୟ ହୋଇ ପଡ଼ିଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ। ଚାବି ହଜିବା ଏବଂ ଜିଲ୍ଲା ରେକର୍ଡ ରୁମ୍‌ରୁ ଚାବି ମିଳିବା ପରେ ଜିଲ୍ଲାପାଳ ଚର୍ଚ୍ଚାରେ ରହିଛନ୍ତି। ଏହାସହ ଡୁପ୍ଲିକେଟ୍ ଚାବିକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି।

ରତ୍ନଭଣ୍ଡାର ଚାବି ବିଭ୍ରାଟରେ ବଳି ପଡ଼ିଯାଇଛନ୍ତି ପ୍ରଦୀପ ଜେନା। ରତ୍ନଭଣ୍ଡାର ଚାବିକୁ କାହିଁକି ଜିଲ୍ଲା ଏବଂ ଶ୍ରୀମନ୍ଦିର ପ୍ରଶାସନ ସୁରକ୍ଷା ଦେଇ ପାରିଲା ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଚିନ୍ମୟ ଦାଶ ପୁରୀ ଏସ୍‌ଡିଜେଏମ୍ କୋର୍ଟରେ ମାମଲା ରୁଜୁ କରିଛନ୍ତି।

Comment