ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଥଯାତ୍ରାରେ ରିପୋର୍ଟିଂ କରୁଥିବା ସାମ୍ଵାଦିକଙ୍କ ହେବ କରୋନା ଟେଷ୍ଟ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୁର୍ବେଦିକ କଲେଜରେ ଟେଷ୍ଟ ବ୍ୟବସ୍ଥା କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ପୋଲିସ ଓ ସେବାୟତଙ୍କର ନମୁନା ଟେଷ୍ଟ କରାଯାଇଛି। ସେବାୟଙ୍କର ୨ ରାଉଣ୍ଡ ଟେଷ୍ଟ କରାଯିବ। ସେହିପରି ମୋଟ୍‌ ୫ ହଜାର ଲୋକଙ୍କ ଟେଷ୍ଟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ କରୋନା ଯୋଗୁଁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ରଥଯାତ୍ରା ପୂର୍ବରୁ ସେବାୟତଙ୍କ କରୋନା ଟେଷ୍ଟ ହୋଇଥିଲା। ଏବେ ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ପୋଲିସ ସାମ୍ଵାଦିକ ଓ ସେବାୟତଙ୍କ କରୋନା ଟେଷ୍ଟ କରାଯିବ।

Comment