ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିୟମିତ ଗୁଡ଼ ସେବନ କରିବା ଦ୍ଵାରା ଅନେକ ପ୍ରକାର ରୋଗରୁ ରକ୍ଷା ମିଳିଥାଏ। ଏହାକୁ ଆପଣ ନିୟମିତ ଡାଏଟ୍‌ର ସାମିଲ କଲେ ଶରୀରକୁ ଅନେକ ଲାଭ ମିଳିଥାଏ।

ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ଗ୍ରାମ୍ ଗୁଡ଼ ସେବନ କରିବା ଉଚିତ। ଚିନି ଖାଇଲେ ଶରୀରରେ ଅମ୍ଳ ବୃଦ୍ଧି ହେବା ସହ ଏସିଡିଟି ରୋଗ ବଢ଼େ। ହେଲେ ଗୁଡ଼ ଖାଇବା ଦ୍ଵାରା ଶରୀରରୁ ଅମ୍ଳ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଥାଏ।

ଗୁଡ଼ ସେବନର ଫାଇଦା ସମ୍ପର୍କରେ ଜାଣନ୍ତୁ-

ହାଡ଼ ଶକ୍ତ ରଖେ

ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠିରେ ଦରଜ ଅନୁଭବ ହେଉଛି ତେବେ ଗୁଡ଼ ସହିତ ଅଦା ଖାଇବା ଦ୍ଵାରା ଆପଣଙ୍କୁ ଲାଭ ମିଳିଥାଏ। କାରଣ ଗୁଡ଼ରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଫସ୍‌ଫରସ୍‌ ରହିଛି। ଏହି ଦୁଇଟି ତତ୍ତ୍ଵ ହାଡ଼ ଶକ୍ତ କରିବାରେ ସହାୟତା କରେ।

ଏନିମିଆ ରୋଗ

ଗୁଡ଼ରେ ପ୍ରଚୁର ପରିମାଣରେ ଆଇରନ୍‌ ଥିବାରୁ ଏହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏଥିସହିତ ଏନିମିୟା ରୋଗୀଙ୍କ ପାଇଁ ଗୁଡ଼ର ସେବନ ଖୁବ୍ ଉପକାରୀ ହୋଇଥାଏ।

ବ୍ରଣ ସମସ୍ୟା

ଗୁଡ଼ ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରି ଶରୀରକୁ ଚମକ ପ୍ରଦାନ କରିଥାଏ। ଏହାର ନିୟମିତ ସେବନରେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

ଥଣ୍ଡା ଓ କାଶ

ଗୁଡ଼ ଗରମ ହୋଇଥିବାରୁ ଥଣ୍ଡା ଦିନରେ ଏହାକୁ ଖାଇଲେ ଶରୀର ଉଷୁମ ରହିଥାଏ। ଏଥିସହିତ ଥଣ୍ଡା ଓ କାଶ ଭଳି ରୋଗରୁ ରକ୍ଷା କରିଥାଏ। ଗୁଡ଼ ଖାଇଲେ ସଂକ୍ରମଣ ଜନିତ ରୋଗରୁ ବି ମୁକ୍ତି ମିଳିଥାଏ।

ଗଳା ସମସ୍ୟା

କଳା ଲଙ୍କା, ଅଦା ଓ ଗୁଡ଼କୁ ମିଶାଇ ଖାଇବା ଦ୍ୱାରା ଥଣ୍ଡା ଜ୍ୱର ଦୂର ହୁଏ। ଯଦି ଆପଣ ଗୁଡ଼ ଓ ଅଦାକୁ ଗରମ କରି ଖାଇବେ ତେବେ ଗଳା ଜନିତ ସମସ୍ୟାକୁ ତୁରନ୍ତ ଆରାମ ମିଳିବ।

ରକ୍ତ ଅଭାବ ଦୂର କରେ

ଗୁଡ଼ ଆଇରନ୍‌ ଭରପୁର ମାତ୍ରାରେ ଥାଏ। ଯଦି ଆପଣଙ୍କ ହିମୋଗ୍ଲୋବିନ୍‌ କମ୍‌ ରହିଛି ତେବେ ପ୍ରତ୍ୟେକ ଦିନ ଗୁଡ଼ ଖାଇବା ଦ୍ଵାରା ଆପଣଙ୍କୁ ଅନେକ ଲାଭ ମିଳିବ। ରକ୍ତହୀନତା ରୋଗୀଙ୍କ ପାଇଁ ଗୁଡ଼ ବହୁତ ଲାଭଦାୟକ।

ପେଟ ପାଇଁ ଲାଭଦାୟକ

ଯଦି ଆପଣଙ୍କର କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଓ ଅମ୍ଳ ସମସ୍ୟା ରହିଛି ତେବେ ଗୁଡ଼ ଖାଇବା ଭଲ। ଯଦି ଆପଣଙ୍କର ଆମ୍ବିଳା ହେକୁଟି ଆସୁଛି ତେବେ ଗୁଡ଼ ସହିତ କଳା ଲୁଣ ମିଶାଇ ଖାଆନ୍ତୁ। ଦେଖିବେ ନିହାତି ଆରାମ ଲାଗିବ। ଖାଇବା ପରେ ଗୁଡ଼ ଖାଇବା ଦ୍ଵାରା ହଜମ ଶକ୍ତି ବଢ଼ିବା ସହ ଭୋକ ଲାଗିଥାଏ।

ଥଣ୍ଡା-କାଶରୁ ମୁକ୍ତି

ଥଣ୍ଡା କାଶରୁ ମୁକ୍ତି ପାଇବା ଲାଗି ଗୁଡ଼ ଲାଭଦାୟକ। କଳା ଲୁଣ ଏବଂ ଅଦା ସହିତ ଗୁଡ଼ ମିଶାଇ ଖାଇଲେ ଥଣ୍ଡା କାଶରୁ ଆରାମ ମିଳିଥାଏ। ଯଦି କାଶ ଲାଗିରହେ ତେବେ ଗୁଡ଼ ଖାଇବା ଉଚିତ। ଗୁଡ଼ ସହିତ ଅଦା ମିଶାଇ ଗରମ କରି ଖାଇବା ଦ୍ଵାରା ଗଳା ଠିକ୍‌ ଲାଗିଥାଏ।

ରକ୍ତଚାପ ଠିକ୍‌ ରହେ

ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ତେବେ ଗୁଡ଼ ସେବନ ଆପଣଙ୍କ ପାଇଁ ବରଦାନ ସଦୃଶ୍ୟ। ଡାକ୍ତର ମଧ୍ୟ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଗୁଡ଼ ଖାଇବାକୁ ପରାମର୍ଶ ଦିଅନ୍ତି।

ଶରୀରକୁ କାର୍ଯ୍ୟକ୍ଷମ ରଖେ

ଗୁଡ଼ ସେବନ ଦ୍ଵାରା ଶରୀର ଫୂର୍ତ୍ତି ରହେ। ଏହା ଆପଣଙ୍କ ଶରୀରକୁ ଅଧିକ କାର୍ଯ୍ୟକ୍ଷମ ରଖେ। ଯଦି ଆପଣଙ୍କୁ ଦୁର୍ବଳ ଲାଗୁଛି ତେବେ କ୍ଷୀର ସହିତ ଗୁଡ଼ ମିଶାଇ ସେବନ କରନ୍ତୁ। ନଚେତ୍‌ ଏକ କପ୍‌ ପାଣିରେ ୫ ଗ୍ରାମ୍‌ ଗୁଡ଼, ଲେମ୍ବୁ ରସ ଏବଂ କଳା ଲୁଣ ମିଶାଇ ପିଅନ୍ତୁ। ଥକାପଣ ଦୂର ହୋଇଯିବ।

ଆଖିପାଇଁ ଲାଭଦାୟକ

ଯଦି ଆପଣଙ୍କ ଆଖିର ପାୱାର କମ୍‌ ଅଛି ତେବେ ଗୁଡ଼ ସେବନ ଲାଭଦାୟକ ହେବ। କେବଳ ସେତିକି ନୁହେଁ ଗୁଡ଼ ଆଖିର ରଶ୍ମିକୁ ବଢ଼ାଇବାରେ ସହାୟତା କରେ।

ମସ୍ତିଷ୍କ ପାଇଁ ଫଳପ୍ରଦ

ଗୁଡ଼ ଆପଣଙ୍କ ମୁଡ୍‌କୁ ଠିକ୍‌ କରିବାରେ ସାହାଯ୍ୟ କରେ। ଯଦି ଆପଣଙ୍କର ଅଧା କପାଳି ବା ମାଇଗ୍ରେନ୍‌ ସମସ୍ୟା ରହିଛି ତେବେ ପ୍ରତ୍ୟେକ ଦିନ ଗୁଡ଼ ଖାଇବା ଦ୍ଵାରା ଆରାମ ମିଳିପାରେ। ନିୟମିତ ଗୁଡ଼ ସେବନ ଦ୍ଵାରା ସ୍ମରଣ ଶକ୍ତି ବଢ଼ିଥାଏ।

ଗ୍ୟାଷ୍ଟିକ୍ ରୋଗ

ଗୁଡ଼ ରକ୍ତ ପରିଷ୍କାର କରିବା ସହିତ ମେଟାବୋଲିଜିମର ମାତ୍ରା ନିୟନ୍ତ୍ରଣ କରିଥାଏ। କ୍ଷୀରରେ ଗୁଡ଼ ମିଶାଇ ଖାଇଲେ ଅନେକ ଫାଇଦା ହୋଇଥାଏ। ଗ୍ୟାଷ୍ଟିକ୍ ରୋଗ ପାଇଁ ଗୁଡ଼ ଔଷଧ ଭଳି କାମ କରେ। ଖାଇସାରିବା ପରେ ପ୍ରତିଦିନ ଗୁଡ଼ ଖାଇଲେ ଗ୍ୟାଷ୍ଟିକ୍ ହୋଇନଥାଏ।

ଶରୀରକୁ ଫୁର୍ତ୍ତି ପ୍ରଦାନ କରେ

ଗୁଡ଼ରେ ମ୍ୟାଗ୍ନେସିୟମ ପରିମାଣ ଅଧିକ ଥାଏ। ଏହା ଶରୀର ମାଂସପେଶୀ ଓ ଶିରାପ୍ରଶିରାକୁ ଫୂର୍ତ୍ତି ପ୍ରଦାନ କରିଥାଏ। ଗୁଡ଼ ଶରୀରର ଥକାପଣ ଦୂର କରିବା ସହିତ ରକ୍ତଚାପ ନିୟନ୍ତ୍ରଣ କରିଥାଏ।

ଉଚ୍ଚ ରକ୍ତଚାପ

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିବା ପାଇଁ ଗୁଡ଼ ଖାଇବା ଉପଯୋଗୀ। ଏହା ବ୍ୟତୀତ ପ୍ରତିଦିନ କ୍ଷୀର ସହ ଗୁଡ଼ ମିଶାଇ ପିଇବା ଦ୍ୱାରା ହାଡ଼ ମଜଭୁତ ରହିଥାଏ।

ଆଲର୍ଜି ସମସ୍ୟା

ଆଲର୍ଜି ଓ ସଂକ୍ରମଣ ଭଳି ରୋଗ ସମସ୍ୟା ବଢ଼ିଯାଏ। ଏଥିରୁ ବଞ୍ଚିବା ପାଇଁ ଗୁଡ଼ ଖାଇବା ଉପଯୋଗୀ।

ଋତୁଶ୍ରାବ ସମସ୍ୟା

ମହିଳାମାନଙ୍କ ମାସିକ ଋତୁଶ୍ରାବ ହେବା ଏକ ସପ୍ତାହ ପୂର୍ବରୁ ଏକ ଚାମଚ ଗୁଡ଼ ଖାଆନ୍ତୁ। ଯାହା ଫଳରେ ପେଟ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ।

କାନ ସମସ୍ୟା

ଥଣ୍ଡା ଦିନରେ କିଛି ଲୋକ କାନ ସମସ୍ୟାରେ ପଡ଼ିଥାନ୍ତି। ଏହି ସ୍ଥିତିରେ ଘିଅ ସହ ଗୁଡ଼ ମିଶାଇ ଖାଆନ୍ତୁ। କାନ ସମସ୍ୟାରୁ ତୁରନ୍ତ ଆରାମ ମିଳିବ।

Comment