ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନା ସ୍ମଗଲ୍‌ରଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି ଭୁବନେଶ୍ୱର। ଗତ ୩ ମାସ ଭିତରେ ଏକାଧିକ ଥର ବିମାନବନ୍ଦରରୁ ସୁନା ଜବତ ହେବା ପରେ ଆଜି ପୁଣି ସୁନା ଜବତ କରିଛି କଷ୍ଟମ ବିଭାଗ।

ଦୁବାଇ ଏବଂ ବ୍ୟାଙ୍କକ୍‌ରୁ ଆସିଥିବା ଦୁଇ ଜଣ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ ହୋଇଛି। ଜବତ ସୁନାର ମୂଲ୍ୟ ୩୧ ଲକ୍ଷ ୫୪ ହଜାର ୬୨୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସୁନା ଆଣିଥିବା ଦୁଇ ଯାତ୍ରୀଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ପୋଲିସ।

ଜୁନ୍‌ ୨୧ରେ ବ୍ୟାଙ୍କକରୁ ଆସିଥିବା ଜଣେ ଯାତ୍ରୀଙ୍କ ପାଖରୁ ୨୫୦ ଗ୍ରାମ ସୁନା ଜବତ ହୋଇଥିଲା। ଜବତ ସୁନାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଜୁନ୍ ୧୬ ତାରିଖରେ ମଧ୍ୟ ବିମାନବନ୍ଦରରୁ ସୁନା ଜବତ ହୋଇଥିଲା। ମୋହଲିରୁ ଆସିଥିବା ଜଣେ ଯାତ୍ରୀଙ୍କଠାରୁ କଷ୍ଟମ ବିଭାଗ ସୁନା ଜବତ କରି ତାଙ୍କୁ ଅଟକ ରଖିଥିଲା।

ଏପ୍ରିଲ ୧ ଏବଂ ମାର୍ଚ୍ଚ ୨୮ରେ ମଧ୍ୟ ସୁନା ଜବତ ହୋଇଥିଲା। ଗତ ୩ ମାସ ଭିତରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏକାଧିକ ବାର ସୁନା ଜବତ ହୋଇଥିବାରୁ ଭୁବନେଶ୍ୱର ସୁନା ସ୍ମଗଲ୍‌ରଙ୍କ ପେଣ୍ଠସ୍ଥଳୀ ପାଳଟିଥିବା ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here