ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କର୍ଣ୍ଣାଟକରେ ରାଜନୈତିକ ନାଟକ ଆରମ୍ଭ ହୋଇଯାଇଛି। କଂଗ୍ରେସ-ଜେଡିଏସ ସରକାର ଗଠନ ପରେ ସେଠି କିଛି ଠିକ୍ ଚାଲୁନଥିବା କଥା ସାମ୍ନାକୁ ଆସିଛି। ଏହି ମେଣ୍ଟକୁ କବ୍ଜାରେ ରଖିଥିବା ପୂର୍ବ ମୁଖ୍ୟମନ୍ତ୍ରୀ ସିଧାରମାୟା ଏବେ ଓଲଟା ସିଧା କହିବା ଆରମ୍ଭ କଲେଣି। ଫଳରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଚୌକି ଯେ କେତେବେଳେ ଯିବ ତାହା କହି ହେଉନି।
ଶୁଣାଯାଉଛି କି ଜୁଲାଇ ୫ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ବଜେଟ ଅଧିବେଶନରେ କିଛି ବି ଘଟିପାରେ। ଇତିମଧ୍ୟରେ କଂଗ୍ରେସର ୯ ଜଣ ଅସନ୍ତୁଷ୍ଟ ବିଧାୟକ ସିଧାରାମାୟାଙ୍କୁ ଭେଟିଛନ୍ତି। ଯଦି ରାମାୟା ଥରେ ଋଷିବା ଆରମ୍ଭ କରି ଦିଅନ୍ତି ତେବେ ସ୍ୱାମୀ ଯିବା ନିଶ୍ଚିତ।
ରାମାୟା ମେଣ୍ଟ ସରକାରର ସଂଯୋଜକ ଥିବା ବେଳେ ସେ ଫୋନ ମଧ୍ୟ ଉଠାଉନଥିବା କୁହାଯାଉଛି।


















