ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୫ର ୟୁପିଏସସି ଟପ୍ପର ଟିନା ଡାବିଙ୍କ ଆଉ ଏକ ସଫଳତା। ପୁଣି ଏକ ପରୀକ୍ଷାରେ ଟପ୍‌ କରି ସ୍ଵର୍ଣ୍ଣପଦକ ଜିତିଛନ୍ତି ଟିନା।

ସଫଳତାର ଶୀର୍ଷରେ ଟିନା ଡାବି। ପ୍ରଥମେ ସର୍ବଭାରତୀୟ ସ୍ତରରେ ୟୁପିଏସସି ପ୍ରଥମ ସ୍ଥାନ ହାସଲ କଲା ପରେ ନିଜର ମନର ମଣିଷକୁ ବିବାହ ମଧ୍ୟ କଲେ ଟିନା। ବିବାହ ପରେ ଏବେ ପୁଣି ସଫଳତା ପାଇଛନ୍ତି ଦିଲ୍ଲୀର ଟିନା।

ଆଇଏଏସ ଭାବେ ନିଯୁକ୍ତି ପାଇବା ପରେ ଡେରାଡୁନସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ନାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନରେ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ନିଜ ବ୍ୟାଚ୍‌ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଟିନା।

ମେରିଟରେ ପ୍ରଥମ ସ୍ଥାନ ହାସଲ କରିଥିବା ଟିନାଙ୍କ ଏହି ଉପଲବ୍ଧି ପାଇଁ ‘ପ୍ରେସିଡେଣ୍ଟ୍ ଅଫ୍ ଗୋଲ୍ଡ ମେଡାଲ’ରେ ପୁରସ୍କୃତ କରାଯାଇଛି। ମାତ୍ର ୨୪ବର୍ଷ ବୟସରେ ଟିନା ୟୁପିଏସସି ଟପ୍ପର ହୋଇଥିଲେ।

ଚଳିତବର୍ଷ ଟିନା ୨୦୧୫ ମସିହାର ୟୁପିଏସସି ରନର୍ସଅପ ହୋଇଥିବା କାଶ୍ମୀର ଯୁବକ ଅତହର ଆମିଲ ଉଲ ସଫି ଖାନଙ୍କୁ ବିବାହ କରିଥିଲେ। ଉଭୟ ଅତହର ଓ ଟିନା ରାଜସ୍ଥାନ କ୍ୟାଡରର ଆଇଏଏସ ଅଫିସର ଅଛନ୍ତି।

ଟିନା ସୋସିଆଲ ମିଡିଆରେ ନିଜ ସଫଳତା ବଖାଣି କହିଛନ୍ତି, “ଏହି ପୁରସ୍କାର ମୁଁ ମୋ ପରିବାରକୁ ସମର୍ପିତ କରୁଛି। ପରିବାରର ସହାଯୋଗ ବିନା ମୁଁ ଆଜି ଏଠି ପହଞ୍ଚିପାରିନଥାନ୍ତି।”

Comment