ଓଡ଼ିଶାଲାଇଭ୍ ବ୍ୟୁରୋ
ସମାଜରେ ଧୀରେ ଧୀରେ କିନ୍ନରଙ୍କ ପ୍ରତି ମନୋଭାବ ବଦଳିବାରେ ଲାଗିଛି। ସେମାନଙ୍କୁ ସମାଜରେ ପରିଚୟ ମଧ୍ୟ ମିଳିବା ଆରମ୍ଭ ହେଲାଣି ଯାହାକି ଅତ୍ୟନ୍ତ ଭଲ କଥା। ଏହି କ୍ରମରେ ଶନିବାର ଦିନ ତାମିଲନାଡୁ ଓ ପୁଡୁଚେରୀ ବାର କାଉନ୍ସିଲରେ ଏଭଳି ଏକ ନାମ ପଞ୍ଜିକୃତ ହୋଇଛି ଯିଏ କି ହୋଇଛନ୍ତି ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ।
ଏ ପର୍ଯ୍ୟନ୍ତ କିନ୍ନରଙ୍କ ଭିତରୁ ଦେଶରୁ କେହି ଓକିଲ ବାହାରିନଥିଲେ। ତାମିଲନାଡୁ ଓ ପୁଡୁଚେରୀ ବାରରେ ପ୍ରଥମ ତୃତୀୟ ଲିଙ୍ଗୀ ଓକିଲ ହିସାବରେ ନାମ ପଞ୍ଜିକୃତ କରାଇଛନ୍ତି ସତ୍ୟଶ୍ରୀ ଶର୍ମିଳା।
ଏହି ସଫଳତା ପରେ ସେ କହିଛନ୍ତି, “ଜୀବନରେ କେତେ ଯେ ସଂଘର୍ଷ ମୁଁ କରିଛି ତାର ହିସାବ ନାହିଁ। ମୁଁ ଆଶା କରୁଛି ମୋ ସମ୍ପ୍ରଦାୟର ଲୋକମାନେ ଜୀବନରେ ଭଲ କରିବେ ଓ ଦେଶର ଉଚ୍ଚ ପଦବୀରେ ଅବସ୍ଥାପିତ ହେବେ।”
ଏଥି ପୂର୍ବରୁ ଜୟିତା ମଣ୍ଡଳ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଜଜ୍ ହୋଇ ଇତିହାସ ସୃଷ୍ଟି କରିଥିଲେ। ଗତ ବର୍ଷ ପୃଥୀକା ଯାସିନୀ ଭାରତର ପ୍ରଥମ କିନ୍ନର ପୋଲିସ ସବଇନ୍ସପେକ୍ଟର ଭାବେ ଚାକିରୀରେ ଯୋଗ ଦେଇଥିଲେ। ଏହାଛଡ଼ା ୨୦୧୬ରେ ପ୍ରଥମ ଟ୍ରାନ୍ସଜେଣ୍ଡର ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ ଆକ୍କାଇ ପଦ୍ମଶାଳୀ।


















