ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୁଣା ଆହ୍ଲାବାଦରେ ହିନ୍ଦୁ ମୁସଲମାନ ଭାଇଚାରର ଏକ ଅନନ୍ୟ ଛବି ଦେଖିବାକୁ ମିଳିଛି। କୁମ୍ଭ ମେଳା ପାଇଁ ରାସ୍ତା ପ୍ରଶସ୍ତୀକରଣ ପାଇଁ ମୁସଲମାନମାନେ ସ୍ୱଇଚ୍ଛାରେ ମସଜିଦ ଭାଙ୍ଗିବାରେ ପ୍ରଶାସନକୁ ସାହାଯ୍ୟ କରିଛନ୍ତି।

କୁମ୍ଭମେଳା ଉପଲକ୍ଷେ ରାସ୍ତା ଚଉଡ଼ା କରିବାକୁ ଉତ୍ତର ପ୍ରଦେଶ ସରକାର ଯୋଜନା କରୁଥିବା ବେଳେ ଆହ୍ଲାବାଦର ମୁସଲମାନମାନେ ସ୍ୱେଚ୍ଛାକୃତ ଭାବେ ପୁରୁଣା ସହରାଞ୍ଚଳରେ କେତେକ ମସ୍‌ଜିଦ୍‌ର କିଛି କିଛି ଅଂଶ ଭାଙ୍ଗି ଦେଇଛନ୍ତି।

ଆଗାମୀ ବର୍ଷ କୁମ୍ଭମେଳା ଥିବାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ପ୍ରକାର ପ୍ତସ୍ତୁତି ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସଡକଗୁଡିକର ପ୍ରଶସ୍ତୀକରଣ କାର୍ଯ୍ୟ ହେଉଥିଲା। ପୁରୁଣା ଆହ୍ଲାବାଦରେ ବହୁ କୋଠା ଓ ମସଜିଦ ସରକାରୀ ଜାଗା ଉପରେ ରହିଥିଲା। ଏଠାକାର ଜନସଂଖ୍ୟା ଅଧିକ ଥିବାରୁ ଜବରଦଖଲ ଉଚ୍ଛେଦ କରିବା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ଥିଲା।

ସରକାରୀ ଜାଗାରେ ମସଜିଦଗୁଡିକ ଥିବାରୁ ଏସବୁକୁ ଭାଙ୍ଗିଲେ ସାମ୍ପ୍ରଦାୟିକ ଦଙ୍ଗାର ଆଶଙ୍କା ରହିଥିଲା। ମାତ୍ର ଏଠାକାର ମୁସଲମାନମାନେ ନିଜ ଆଡୁ ରାସ୍ତା ପ୍ରଶସ୍ତୀକରଣ ପାଇଁ ସରକାରୀ ଜାଗାରେ ଥିବା ମସଜିଦର ଅଂଶକୁ ଭାଙ୍ଗିବାରେ ସହଯୋଗ କରିଛନ୍ତି।

ସହରର ଜଣେ ମୁସଲମାନ ବାସିନ୍ଦା କହନ୍ତି ଯେ ଆମେ ଆପଣା ଇଚ୍ଛାରେ ଏ ଭଳି କରୁଛୁ। ଏହି ଅଂଶ ସବୁ ସରକାରୀ ଜମିରେ ତିଆରି ହୋଇଥିବାରୁ ଭଙ୍ଗା ଯାଇଛି। କୁମ୍ଭ ମେଳା ପୂର୍ବରୁ ସରକାର ରାସ୍ତା ଚଉଡ଼ା କରୁଥିବାରୁ ଆମେ ସହଯୋଗ କରୁଛୁ।

୨୦୧୯ ମସିହା ଜାନୁଆରି ୧୫ ତାରିଖ, ମକର ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହେବା କୁମ୍ଭ ମେଳାର ପ୍ରଥମ ‘ଶହି ସ୍ନାନ’ ଏବଂ ଫେବ୍ରୁଆରି ୪ ତାରିଖ ମୌନି ଅମାବାସ୍ୟା ଦିନ ହେବ ଦ୍ୱିତୀୟ, ଏବଂ ଫେବ୍ରୁଆରି ୧୦ ତାରିଖ ବସନ୍ତ ପଞ୍ଚମୀ ଦିନ ହେବ ତୃତୀୟ ସ୍ନାନ।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦୧୯ କୁମ୍ଭ ମେଳାର ପ୍ରସାର ପ୍ରଚାର ପାଇଁ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗ ଜୋରଦାର ଉଦ୍ୟମ ଚାଲିଛି।

Comment