ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ଜିଓ ଗ୍ରାହକଙ୍କ ପାଇଁ ବଡ଼ ଅଫର ଘୋଷଣା କରିଛନ୍ତି। ରିଲାଏନ୍ସ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରୀର ୪୧ତମ ସାଧାରଣ ବୈଠକରେ ଏହି ଘୋଷଣା କରାଯାଇଛି।

ଏହି ବୈଠକରେ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ‘ଜିଓ ଗିଗାଫାଇବର୍‌’ର ଲଞ୍ଚ୍‌ ହୋଇଛି। ଏହା ସହାୟତାରେ ଘର, ବ୍ୟବସାୟୀ, କ୍ଷୁଦ୍ର ଏବଂ ମଧ୍ୟ ଉଦ୍ୟୋଗ ଓ ବୃହତ୍‌ ଉଦ୍ୟୋଗ ସବୁକୁ ଫାଇବର୍‌ ସଂଯୋଗ ଯୋଗାଇ ଦେବା ସଙ୍ଗେ ସଙ୍ଗେ ୧୧୦୦ ସହରରେ ସବୁଠୁ ଉନ୍ନତ ଫାଇବର୍‌ ଆଧାରିତ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ମଧ୍ୟ ଯୋଗାଇ ଦିଆଯିବ। ବ୍ରଡ୍‌ବ୍ୟାଣ୍ଡ୍‌ ସେବା ନିମନ୍ତେ ଏହା ହେଉଛି ବିଶ୍ୱର ସବୁଠୁ ବଡ଼ ଗ୍ରିନଫିଲଡ୍‌ ଲଞ୍ଚ୍‌।

ଜିଓ ଗିଗା ଟିଭି

ଜିଓ ଗିଗା ଟିଭି ଲଞ୍ଚ୍ ହେବ। ଜିଓ ଟିଭିରେ ଭଏସ୍ କମାଣ୍ଡ କାମ କରିବ।

ଜିଓଫୋନ-୨

ଜିଓ ଫୋନ୍ ୟୁଜରଙ୍କୁ ବହୁତ ଜଲଦି ନୂଆ ଜିଓ ଫୋନ୍ ଦେବ କମ୍ପାନି। ଏହାର ନାମ ରହିବ ଜିଓ ଫୋନ୍ ୨। ଏହି ନୂଆ ଜିଓ ଫୋନକୁ ଗ୍ରାହକମାନେ ୫୦୦ ଟଙ୍କା ଦେଇ କିଣି ପାରିବା ସହ ପୂରୁଣା ଫୋନକୁ କମ୍ପାନିକୁ ଫେରାଇବା ପାଇଁ ପଡିବ। ଏହି ଜିଓ ଫୋନରେ ୟୁଜର ୟ୍ୟୁଟ୍ୟୁବ, ଫେସବୁକ ଏବଂ ହ୍ୱାଟସଆପର ମଜା ନେଇପାରିବେ।

ନୂଆ ଫୋନରେ ଫିଚର

ଜିଓ ଫୋନରେ ବଡ କି-ବୋର୍ଡ୍, ୪ଜି ସପୋର୍ଟ୍, ୨.୪ ଇଞ୍ଚ୍ ଡିସପ୍ଲେ, ୨୦୦୦ ଏମଏଚର ବ୍ୟାଟେରୀ ରହିଛି। ଫୋନରେ ୨ ମେଗାପିକ୍ସଲର ବ୍ୟାକ୍ କ୍ୟାମେରା ସହ ୫୧୨ ଏମବି ରାମ ଏବଂ ୪ଜିବିର ଇଂଟରନାଲ ଷ୍ଟୋରେଜ୍ ରହିଛି।

ଜିଓ ଫୋନର ଦାମ

୧୫ ଅଗଷ୍ଟ ପରେ ୨,୯୯୯ ଦାମରେ ବଜାରରେ ଉପଲବ୍ଧ ହେବ ଜିଓ ଫୋନ-୨।

ଗତବର୍ଷର ୧୨୩ ନିୟୁତ ଜିଓ ଗ୍ରାହକ ଥିବାବେଳେ ଏଥର ତାହା ୨୧୫ ନିୟୁତକୁ ବୃଦ୍ଧି ପାଇଛି। ଜିଓ ଲଞ୍ଚ୍ ପରେ ଏଯାବତ୍‌ ୨୪୦ କୋଟି ଜିବି ଡାଟା ଗ୍ରାହକ ବ୍ୟବହାର କରିସାରିଲେଣି।

Comment