ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡ଼ିକୁ ଟମାଟୋ ମାଡ଼। ରଥଯାତ୍ରା ଶେଷ ସମନ୍ଵୟ କମିଟି ବୈଠକରେ ଯୋଗ ଦେବାକୁ ଯାଉଥିବାବେଳେ ଏଭଳି ଘଟଣା ଘଟିଛି। ଚକ୍ରତୀର୍ଥରେ ଆରଟିଓ ଅଫିସ ପାଖରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଟମାଟୋ ମାଡ଼ କରାଯାଇଥିଲା।
ଶ୍ରୀମନ୍ଦିରକୁ ପରିଚାଳନାରେ ବିଭ୍ରାଟକୁ ନେଇ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀ ଜନତାଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଟମାଟୋ ଫିଙ୍ଗିଥିଲେ। ସେଠାରେ ମୁତୟନ ହୋଇଥିବା ପୋଲିସ ବିକ୍ଷୋଭକାରୀଙ୍କୁ ଧରି ନେଇଥିବା ଜଣାପଡ଼ିଛି।











