ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା ତାନ୍ତ୍ରିକ ଗୀତା ମା’କୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ।

ସାରା ଦେଶରେ ଚହଳ ପକାଇଥିବା ବୁରାରୀ ମୃତ୍ୟୁ ରହସ୍ୟ ଉପରୁ ଧିରେ ଧିରେ ପରଦା ଉଠୁଛି। ଭାଟିଆ ପରିବାରର ମୃତ୍ୟୁ ସହ ଜଡ଼ିତ ମହିଳା ତାନ୍ତ୍ରିକଙ୍କୁ କାବୁ କରିଛି। ଏହି ତାନ୍ତ୍ରିକ ଜଣକ ହେଉଛନ୍ତି ଜଣେ ମହିଳା। ତାଙ୍କ ନାଁ ହେଉଛି ଗୀତା ମା।

ଏହି ତାନ୍ତ୍ରିକ ଜଣକ ହେଉଛନ୍ତି ଭାଟିଆ ପରିବାରର ଘର ତିଆରି କରିଥିବା ଠିକାଦାରଙ୍କ ଭଉଣୀ।

ପରିବାରର ୧୧ ସଦସ୍ୟ ସମୂହ ଆତ୍ମହତ୍ୟା କରିବାର ଠିକ୍ ପୂର୍ବରୁ ଲଳିତ ଭାଟିଆ ଠିକାଦାରଙ୍କ ସହ ଫୋନରେ କଥା ହୋଇଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି।

ମହିଳା ତାନ୍ତ୍ରିକ ଗୀତା ଭୂତ ପ୍ରେତ ଛଡ଼ାଉଥିବା ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ଭାଟିଆ ପରିବାର ସହ ଗୀତା ସମ୍ପର୍କ ଅତି ନିବିଡ଼ ଥିବା ପୋଲିସ କହିଛି। ମୃତ୍ୟୁ ରହସ୍ୟ ସମ୍ପର୍କରେ ଅଧିକ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଗୀତାକୁ ଜେରା କରୁଛି।

ଭାଟିଆ ପରିବାରର ୧୧ ସଦସ୍ୟ ସମୂହ ଆତ୍ମହତ୍ୟା ସମ୍ପର୍କରେ ଆଗରୁ ଜାଣିଥିଲେ କି? ପରିବାରର ସାନ ପୁଅ ଲଳିତ କିମ୍ବା ଅନ୍ୟ କୌଣସି ସଦସ୍ୟ ଆତ୍ମହତ୍ୟା ସମ୍ପର୍କରେ କେବେ କିଛି କହିଥିଲେ କି? ଏସବୁ ପ୍ରଶ୍ନ ଗୀତାକୁ ଗୁଡ଼େଇ ତୁଡେଇ ପଚାରୁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ।

ଏହାସହ ଗୀତାଙ୍କର ତନ୍ତ୍ରମନ୍ତ୍ର ବିଦ୍ୟା ଉପରେ କେତେ ଦଖଲ ରହିଛି ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ପୋଲିସ ଉଦ୍ୟମ ଜାରି ରଖିଛି। କିନ୍ତୁ ଭାଟିଆ ପରିବାର ସହ କୌଣସି ସମ୍ପର୍କ ନଥିବା ଗୀତା ମା’ କହିଛନ୍ତି।

ଗୀତା ମା’ କହିଛନ୍ତି ଯେ ଭାଟିଆ ପରିବାର ଘର ତିଆରି ବେଳେ ମୋ ଭାଇ ଠିକା ନେଇଥିଲେ। ମୁଁ କେବେ ତାଙ୍କ ଘରକୁ ଯାଇନି କି ଲଳିତ କିଏ ଚିହ୍ନିନି।

ଭାଟିଆ ପରିବାରର ସାନ ପୁଅ ହେଉଛି ଲଳିତ। ଲଳିତ ଇସାରାରେ ହିଁ ଘରେ ସବୁ କାମ ହେଉଥିଲା। ଲଳିତ ଏହି ସମୂହ ଆତ୍ମହତ୍ୟାର ମାଷ୍ଟରମାଇଣ୍ଡ ବୋଲି ଜବତ ହୋଇଥିବା ଡାଏରୀରୁ ଜଣାପଡ଼ିଛି।

ମୃତ୍ୟୁର ୬ ଦିନ ପୂର୍ବରୁ ପରିବାର ସଦସ୍ୟ ରହରସଲ କରୁଥିବା ଜବତ ହୋଇଥିବା ଡାଏରୀରୁ ପୋଲିସ ଜାଣିବାକୁ ପାଇଛି।

Comment