ଓଡ଼ିଶାଲାଇଭ୍ ବ୍ୟୁରୋ

ସାଂସଦ ବୈଜୟନ୍ତଙ୍କ ପଣ୍ଡାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେଡି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ।
ବୈଜୟନ୍ତ ପଣ୍ଡାଙ୍କ ଏମ୍ପି ପଦରୁ ଇସ୍ତଫାପତ୍ରକୁ ଗ୍ରହଣ କରାଯାଉ। ଏହି ମର୍ମରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏକ ଚିଠି ଲେଖିଛନ୍ତି।
ଦଳ ବିରୋଧୀ କାର୍ଯ୍ୟ ପାଇଁ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ୨୦୧୪ ସାଧାରଣ ନିର୍ବାଚନରେ ବୈଜୟନ୍ତ ବିଜେଡି ଦଳରୁ ଟିକେଟ ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ବିଭିନ୍ନ ପ୍ରକାର ଦଳ ବିରୋଧୀ କାମରେ ଲିପ୍ତ ରହିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।
ଏହାପରେ ବୈଜୟନ୍ତ ନିଜ ଆଡ଼ୁ ବିଜେଡି ଦଳରୁ ଇସ୍ତଫା ଦେବା ସହ ଲୋକସଭା ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବାପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଥିଲେ। ସାମ୍ବିଧାନିକ ନିୟମ ଅନସାରେ ସେ ଆଉ ସାଂସଦ ଭାବରେ ରହିପାରିବେ ନାହିଁ। ତେଣୁ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି।


















