ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅର୍ଥନୈତିକ କ୍ଷେତ୍ରରେ ଭାରତ ଫ୍ରାନ୍ସକୁ ପଛରେ ପକାଇ ବିଶ୍ୱର ଷଷ୍ଠ ସର୍ବବୃହତ ଦେଶ ଭାବେ ଉଭା ହୋଇଛି। ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି।

୨୦୧୭ରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨.୫୯୭ ଟ୍ରିଲିୟନ ଡଲାର ହୋଇଥିବା ବେଳେ ଫ୍ରାନ୍ସର ଜିଡିପି ହାର ୨.୫୮୨ ଟ୍ରିଲିୟନ ଡଲାର ରହିଛି। ଆମେରିକା ଏବେ ବିଶ୍ୱ ଅର୍ଥନୀତି ଦୃଷ୍ଟିରୁ ବୃହତ୍ତମ ଦେଶ ହୋଇଥିବା ବେଳେ ତାପଛକୁ ରହିଛି ଚିନ୍। ଚୀନ ପଛରେ ଅଛନ୍ତି ଜାପାନ, ଜର୍ମାନୀ ଓ ବ୍ରିଟେନ।

ବ୍ରିଟେନର ଜିଡିପି ୨.୬୨୨ ଟ୍ରିଲିୟନ ଡଲାର ଥିବାରୁ ଭାରତ ଖୁବଶୀଘ୍ର ବ୍ରିଟେନକୁ ପଛରେ ପକାଇବ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଉଛନ୍ତି।

ଆମେରିକା ଜିଡିପି ହାର ୧୯.୩୯୦ ଟ୍ରିଲିୟନ ଡଲାର ରହିଥିବା ବେଳେ ଚୀନର ଜିଡିପି ରହିଛି ୧୨.୨୩୭ ଟ୍ରିଲିୟନ ଡଲାର।

ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁଯାୟୀ ୨୦୧୭ ପରଠାରୁ ଭାରତର ଅର୍ଥ ବ୍ୟବସ୍ଥା ସୁଦୃଢ଼ ହେଉଛି। ଭାରତର ଜନସଂଖ୍ୟା ୧୩୫ କୋଟି ହୋଇଥିବା ବେଳେ ଫ୍ରାନ୍ସର ଜନସଂଖ୍ୟା ୬୭ କୋଟିରେ ପହଞ୍ଚିଛି। ଏଣୁ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି।

Comment