ଓଡ଼ିଶାଲାଇଭ୍ ବ୍ୟୁରୋ

ଐତିହ୍ୟ କ୍ୟାବିନେଟ୍ ଗଠନ ପାଇଁ ଗୁରୁବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟର ସଂରକ୍ଷଣ ଓ ସମୃଦ୍ଧି ନିମନ୍ତେ ନୀତି ନିର୍ଦ୍ଧାରଣ କରିବାକୁ ଐତିହ୍ୟ କ୍ୟାବିନେଟ ଗଠନ କରିଛନ୍ତି ରାଜ୍ୟ ସରକାର। ଏହି କ୍ୟାବିନେଟ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୮ ଜଣ ମନ୍ତ୍ରୀ ସଦସ୍ୟ ଅଛନ୍ତି।
ଓଡିଆ ଭାଷା. ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ, ପ୍ରଚାର, ପ୍ରସାର ତଥା ସମୃଦ୍ଧି ନିମନ୍ତେ କାର୍ଯ୍ୟ କରୁଥିବା ସଂସ୍ଥା ଓ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବ ଏହି କ୍ୟାବିନେଟ୍।
ମୁଖ୍ୟ ଶାସନ ସଚିବ ଏହି ଐତିହ୍ୟ କ୍ୟାବିନେଟର ସଚିବ ଭାବେ କାମ କରିବେ। ଏହି କ୍ୟାବିନେଟର ଆବାହକ ରହିବେ ଓଡିଆ ଭାଷା. ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ।
ଐତିହ୍ୟ କ୍ୟାବିନେଟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକତା ଓ ବିବିଧତା ଅକ୍ଷୂର୍ଣ୍ଣ ରଖିବା ନିମନ୍ତେ ଯୋଜନା ପ୍ରସ୍ତୁତି ତଥା ଅନୁମୋଦନ କରିବା ସହ ସେ ସମ୍ପର୍କରେ ଆବଶ୍ୟକୀୟ ପରାମର୍ଶ ଦେବ।


















