ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟାର ରୂପ ନେଲାଣି ୟାସ୍। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ୟାସ୍ ଅପ୍‌ଡେଟ୍‌ରୁ।

  • ବାତ୍ୟା ୟାସ୍‌କୁ ନେଇ ଏସ୍‌ଆରସିଙ୍କ ସୂଚନା
  • ମେ’୨୨ରେ ଉତ୍ତର ଆଣ୍ଡାମାନ୍ ସମୁଦ୍ରରେ ସୃଷ୍ଟି ହୋଇଥିଲା ଲଘୁଚାପ
  • ରବିବାର ରାତିରେ ତୀବ୍ର ଅବପାତର ରୂପ ନେଇଥିଲା
  • ସୋମବାର ସକାଳ ସମୟରେ ସାମୁଦ୍ରିକ ଝଡ଼ରେ ପରିଣତ
  • ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ବାତ୍ୟା ୟାସ୍‌
  • ମେ’ ୨୬ ପୂର୍ବାହ୍‌ଣରେ ସ୍ଥଳଭାଗ ଛୁଇଁବ
  • ପାରାଦୀପଠାରୁ ୫୦୦କିମି ଦୂରରେ ଅଛି ଯାସ୍‌- ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର
  • ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫କିମି ରହିଛି
  • ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୮୫କିମି ମଧ୍ୟରେ ରହିବା ଅନୁମାନ
  • ସୋମବାର ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦କିମି ରହିବ
  • ପାରାଦିପ ଓ ସାଗରଦ୍ୱୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବୋଲି ଅନୁମାନ କରୁଛି ଭାରତୀୟ ପାଣିପାଗ ବିଭାଗ
  • ରାଜ୍ୟର ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି
  • ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ସାଙ୍ଗକୁ ପବନ ଆରମ୍ଭ
  • ବାତ୍ୟା ମୁକାବିଲା ପାଇଁ ୫ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ
  • ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ୟାସ୍ ର ଘଣ୍ଟା ପ୍ରତି ବେଗ ୨କିମି ରହିଛି
  • ବାତ୍ୟା ମୁକାବିଲା ପାଇଁ ୨୨ ଏନଡିଆରଏଫ ଟିମ୍ ମୂତୟନ
  • ୫୦ରୁ ଊର୍ଦ୍ଧ୍ୱ ଓଡ୍ରାଫ ଟିମ୍‌, ୧୭୫ଟି ଫାୟାର ସର୍ଭିସ ଟିମ୍ ମୂତୟନ
  • କେନ୍ଦ୍ରରୁ ଆସିବେ ଆଉ ୩୦ଗୋଟି ଏନଡିଆରଏଫ ଟିମ୍‌
  • ୩୫ଗୋଟି ଗଛ କଟା ଟିମ୍ ମୂତୟନ
  • ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ଜୁଆରିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ
  • କଚ୍ଚା ଘରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
  • ମଙ୍ଗଳବାର ଦିନ ୨ଟା ସୁଦ୍ଧା ବାତ୍ୟା ଆଶ୍ରୟ ସ୍ଥଳିକୁ ଯିବାକୁ ଅନୁରୋଧ
  • ପଞ୍ଚାୟତସ୍ତରରେ ଆଶା, ଅଙ୍ଗନବାଡ଼ି, ସରପଞ୍ଚଙ୍କୁ ସହଯୋଗ କରିବାକୁ ଅନୁରୋଧ
  • ବାତ୍ୟା ଆଶ୍ରୟସ୍ଥଳରେ ମାସ୍କ ଓ ସାନିଟାଇଜ୍ ବ୍ୟବହାର କରିବା ଉପରେ ଗୁରୁତ୍ୱ
  • ବାତ୍ୟା ସମୟରେ ବାହାରକୁ ନଯିବାକୁ ପରାମର୍ଶ

Comment