ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭାକୁ ଯିବେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଓ ଲୋକପ୍ରିୟ ନୃତ୍ୟାଙ୍ଗନା ସୋନାଲ ମାନସିଂହ।

ଶନିବାରଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତ ଲାଭ କରିଥିବା ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭା ସାଂସଦ ପାଇଁ ମନୋନୀତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାର ଦୁଇଜଣ। ସେମାନେ ହେଲେ ବିଶିଷ୍ଟ ସ୍ତପତି ରଘୁନାଥ ମହାପାତ୍ର ଓ ଲୋକପ୍ରିୟ ନୃତ୍ୟାଙ୍ଗନା ସୋନାଲ ମାନସିଂହ। ଅନ୍ୟ ଦୁଇଜଣ ହେଲେ ବିଶିଷ୍ଟ କୃଷକ ନେତା ରାମ ସାକାଲ ଓ ସ୍ତମ୍ବକାର ସିହ୍ନା ମଧ୍ୟ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି।

କଳା ଜଗତରେ ଖୁବ ସମ୍ମାନ ଏବଂ ପ୍ରସିଦ୍ଧି ଲାଭ କରିଥିବା ଓଡିଶାର ଜଣେ ସୁନାମଧନ୍ୟ ମୂର୍ତ୍ତିକାର ହେଲେ ରଘୁନାଥ ମହାପାତ୍ର। ୧୯୪୩ ମସିହା ମାର୍ଚ୍ଚ ୨୪ ରେ ଜନ୍ମ ଗ୍ରହଣ କରିଥିଲେ। ୧୯୭୫ ମସିହାରେ ସେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କରିଥିଲେ ଏବଂ ୨୦୦୧ ସମ୍ମାନନୀୟ ପଦ୍ମଭୂଷଣ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିଲେ। ଏହା ସହ ୨୦୧୩ ମସିହାରେ ୬୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମ ବିଭୂଷଣ ପୁରସ୍କାର ପ୍ରାପ୍ତ କରିଥିଲେ।

୬୯ ବର୍ଷ ବୟସରେ ମଧ୍ୟ ସେ ନିହାଣ ମୁନରେ ଖୁବ୍ ସହଜ ଭାବରେ କଠିନ ପଥରମାନଙ୍କ ଦେହରେ ନିଖୁଣ ଭାବେ, ତ୍ରୁଟିଶୂନ୍ୟ ଭାବେ ଅବିଶ୍ୱନୀୟ କୀର୍ତ୍ତିମାନ ଗଢି ଚାଲୁଛନ୍ତି।

ସେହିପରି ସୋନାଲ ମାନସିଂହ ଜଣେ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଭାବେ ଦେଶବିଦେଶରେ ପରିଚିତ। ୧୯୪୪ମସିହା ଏପ୍ରିଲ ୩୦ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇଥିଲେ।

Comment