ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତବର୍ଷ ଓଡ଼ିଶାରେ ଆୟୋଜନ ହେବ ହକି ବିଶ୍ୱକପ୍‌। ଏହି ପ୍ରତିଯୋଗିତାର ଅଫିସିଆଲ ପାର୍ଟନର ରହିଛି ଓଏମ୍‌ସି।

ଚଳିତ ବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ହକି ବିଶ୍ୱକପ୍‌। ଓଡ଼ିଶା ଖଣି ନିଗମ (ଓଏମ୍‌ସି) ସହାୟତାର ହାତ ବଢ଼ାଇଛି। ହକି ପ୍ରତିଯୋଗିତା ପାଇଁ ଓଏମ୍‌ସି ଅଫିସିଆଲ ପାର୍ଟନର ହୋଇଛି।

ହକି ଇଣ୍ଡିଆ ଏବଂ ଓଏମ୍‌ସି ମଧ୍ୟରେ ଏନେଇ ଚୁକ୍ତି ସ୍ୱାକ୍ଷର ହୋଇଛି। ଭୁବନେଶ୍ୱରରେ ବିଶ୍ୱକପ୍‌ ଆୟୋଜନ ଲାଗି ଓଏମ୍‌ସି ହକି ଇଣ୍ଡିଆକୁ ସବୁ ପ୍ରକାର ସମର୍ଥନ ଦେବ।

ଓଡ଼ିଶାରେ ହକି ବିଶ୍ୱକପ୍‌ ଆୟୋଜନରେ ଓଏମ୍‌ସି ସାମିଲ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ।

“ଓଡ଼ିଶାରେ ହକି ବିଶ୍ୱକପ୍‌ ଆୟୋଜନ ହେବା ଏଠାକାର ହକି ପ୍ରଶଂସକ ଓ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାଗ ନେଉଥିବା ଖେଳାଳି ପାଇଁ ଗୌରବର କଥା। ହକି ଆୟୋଜନକୁ ନେଇ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ମୁଁ ଓଡ଼ିଶା ସରକାର ଓ ଓଏସସିକୁ ଧନ୍ୟବାଦ ଦେବି। ଏହାଦ୍ୱାରା ହକି ଲାଭବାନ ହେବ।”, କହିଛନ୍ତି ଏଲିନା ନର୍ମାନ।

“ରାଜ୍ୟରେ ବିଶ୍ବ ହକି ମହାକୁମ୍ଭ ଆୟୋଜନ ହେବା ଓଡ଼ିଶାବାସୀଙ୍କ ପାଇଁ ନିଶ୍ଚିନ୍ତ ଭାବରେ ଗର୍ବର ବିଷୟ। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବ ଓଏମସି।”, କହିଛନ୍ତି  ଓଏମସିର ପରିଚାଳନା ନିର୍ଦେଶକ ଆର ଭିନିଲକ୍ରିଷ୍ଣା।

Comment