ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନୂଆ ନୋଟ୍‌ର ରଙ୍ଗ ବାଇଗଣୀ
  • ନୂଆ ନୋଟ୍‌ରେ ଗୁଜରାଟ ରାଣୀଙ୍କର ମହଲ
  • ନୋଟ୍‌ର ଲମ୍ବ ୬୬ ଏମ୍‌ଏମ୍‌ ଏବଂ ଚଉଡ଼ା ୧୪୨ ଏମ୍‌ଏମ୍‌
  • ଦେବନାଗରୀ ଭାଷାରେ ଲେଖାଯାଇଛି ୧୦୦

ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ୧୦୦ ଟଙ୍କିଆ ନୋଟ୍ ବଜାରକୁ ଛାଡ଼ିବା ପାଇଁ ପ୍ରସ୍ତୁତ ହେଉଛି। ଏନେଇ ଆର୍‌ବିଆଇ ଫଟୋ ଜାରି କରିଛି। ନୂଆ ୧୦୦ ଟଙ୍କିଆ ନୋଟ୍‌ ହେଉଛି ବାଇଗଣୀ ରଙ୍ଗର। ଖୁବ୍‌ଶୀଘ୍ର ଏହି ନୋଟ୍ ବଜାରରେ ପ୍ରବେଶ କରିବ।

ନୂଆ ୧୦୦ ଟଙ୍କିଆ ନୋଟ୍‌ର ଡିଜାଇନ୍ ପୁରୁଣା ୧୦୦ ଟଙ୍କିଆ ନୋଟ୍‌ର ଡିଜାଇନ୍ ଭଳି ହୋଇଛି। ଏହି ନୂଆ ନୋଟ୍ ମହାତ୍ମା ଗାନ୍ଧି ସିରିଜ୍‌ରେ ଜାରି କରାଯିବ। ଏହାଛଡ଼ା ନୂଆ ନୋଟ୍‌ରେ ଗୁଜରାଟ ରାଣୀଙ୍କର ମହଲର ଫଟୋ ସ୍ଥାନ ପାଇଛି।

ନୂଆ ୧୦୦ ଟଙ୍କିଆ ନୋଟ୍‌ର ଲମ୍ବ ୬୬ ଏମ୍‌ଏମ୍‌ ଏବଂ ଚଉଡ଼ା ୧୪୨ ଏମ୍‌ଏମ୍‌ ରହିଛି। ତେବେ ଏହି ନୋଟ୍ ଜାରି କରାଯିବା ପରେ ପୁରୁଣା ୧୦୦ ଟଙ୍କିଆ ନୋଟର ପ୍ରଚଳନ କରାଯିବ। ନୂଆ ନୋଟ୍ ଅଗଷ୍ଟ ମାସରେ ବଜାର ପ୍ରବେଶ କରିବ ବୋଲି ଜଣାପଡ଼ିଛି।

ଏହି ନୂଆ ନୋଟ୍‌ରେ ଦେବନାଗରୀ ଭାଷାରେ ୧୦୦ ଲେଖାଯାଇଛି। ନୋଟ୍‌ର ମଝିରେ ମହାତ୍ମା ଗାନ୍ଧିଙ୍କ ଚିତ୍ର ରହିଛି। ନୋଟର ସମ୍ମୁଖ ଭାଗରେ ଛୋଟ ଅକ୍ଷରରେ ଆର୍‌ବିଆଇ, ଭାରତ, ଇଣ୍ଡିଆ ଓ ୧୦୦ ଲେଖାଯାଇଛି। ଏହାସହ ୧୫ଟି ଭାଷାରେ ୧୦୦ ଲେଖାଯାଇଛି।

ନୂଆ ନୋଟ୍‌ର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏଥିରେ ସିକ୍ୟୁରିଟି ଥ୍ରେଡ ଲଗାଯାଇଛି। ନୋଟ୍‌କୁ ମୋଡ଼ିଲେ ଏହା ବାଇଗଣୀରୁ ସବୁଜ ରଙ୍ଗରେ ପରିଣତ ହୋଇଯିବ। ଏହି ନୂଆ ନୋଟ୍‌ରେ ଅଶୋକ ସ୍ତମ୍ଭ ଡାହାଣ ପଟେ ରହିଛି।

ନୋଟ୍ ପଛପଟେ ପ୍ରିଣ୍ଟିଂ ବର୍ଷ ଉଲ୍ଲେଖ ରହିବା ସହ ସ୍ୱଚ୍ଛ ଭାରତର ଲୋଗୋ ମଧ୍ୟ ରଖାଯାଇଛି।

Comment