ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟସିଟି ଭୁବନେଶ୍ୱରରେ ଟର୍ଟଲର ଦୁଇଟି ନୂଆ ସୋରୁମ୍‌ ଉଦ୍‌ଘାଟିତ ହୋଇଛି। ଓଲିଉଡ ଷ୍ଟାର୍ ସବ୍ୟସାଚୀ ଶୁକ୍ରବାର ଦିନ ଜନପଥ ଓ ଏସପ୍ଲାନେଟ୍ ମଲ୍‌ରେ ଏହି ଦୁଇଟି ସୋରୁମ୍‌କୁ ଉଦ୍‌ଘାଟନ କରିଛନ୍ତି। ଜନପଥଠାରେ ଥିବା ଟର୍ଟଲ ଷ୍ଟୋରଟି ୨୦୦୦ ବର୍ଗଫୁଟ୍ ଥିବା ବେଳେ ଏସ୍‌ପ୍ଲାନେଟ୍ ଷ୍ଟୋରର ୬୦୦ ବର୍ଗଫୁଟ୍‌ ରହିଛି।

ଏହି ସୋରୁମ୍‌ ଦୁଇଟି ଟର୍ଟଲ କମ୍ପାନିର ପ୍ରମୁଖ ଷ୍ଟୋର ହେବା ସହିତ ଭୁବନେଶ୍ୱର ଏବଂ ପୂର୍ବ ଓଡ଼ିଶାରେ ଏହା ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି। ଟର୍ଟଲର ଏହି ଦୁଇଟି ସୋରୁମ୍‌ରେ ବଛା ବଛା ପୁରୁଷମାନଙ୍କ ପାଇଁ ଆକର୍ଷଣୀୟ ପୋଷାକଗୁଡ଼ିକ ଉପଲବ୍ଧ ଅଛି। ଏହା ରାଜ୍ୟର ଯୁବକ ଗୋଷ୍ଠୀ ଓ ଫ୍ୟାସନ ପ୍ରିୟ ଲୋକଙ୍କ ମନକୁ ଛୁଇଁ ପାରିବ। ଫର୍ମାଲ୍, କାଜୁଆଲ୍ ପୋଷାକର ସମ୍ଭାର ଏହି ଷ୍ଟୋରଗୁଡ଼ିକରେ ଉପଲବ୍ଧ।

ଏହି ଷ୍ଟୋରରେ ମୁଖ୍ୟ ଅତିଥି ଭାବେ ଟର୍ଟଲ କମ୍ପାନିର ମୁଖ୍ୟ ନିର୍ଦ୍ଦେଶକ ସିତାଂଶୁ ଝୁନ୍‌ଝୁନବାଲା ଓ ସମ୍ମାନିତ ଅତିଥି ଭାବେ ରିଟେଲ୍ ହେଡ୍ ପର୍ନାପାଣ୍ଡେ ଯୋଗ ଦେଇଥିଲେ।

ସିତାଂଶୁ ଝୁନ୍‌ଝୁନ୍‌ବାଲା କହିଛନ୍ତି, “ଟର୍ଟଲ କମ୍ପାନି ସବୁବେଳେ ଗ୍ରାହକମାନଙ୍କୁ ମନପସନ୍ଦର ଏବଂ ଚାହିଦା ମୁତାବକ ପୋଷାକ ଦେଇ ଆସିଛି। ଚଳିତବର୍ଷ ଭୁବନେଶ୍ୱରଠାରେ କମ୍ପାନିର ଷଷ୍ଠ ଓ ସପ୍ତମ ଷ୍ଟୋର ଉଦ୍‌ଘାଟିତ ହୋଇଛି। କମ୍ପାନି ୨୫ ବର୍ଷ ପୂରଣ କରିଛି। ଆଗକୁ ଆମେ ଗ୍ରାହକମାନଙ୍କୁ ନୂଆ ଡିଜାଇନର ପୋଷାକ ଦେବା ପାଇଁ ଉଦ୍ୟମ କରିବୁ।”

Comment