ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇସ୍କନ୍ ମନ୍ଦିର କରିଛି ଜବରଦଖଲ! ଏକଥା ଆମେ କହୁନୁ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜାରୀ କରାଯାଇଥିବା ନୋଟିସ୍‌ରେ ଏହା ଉଲ୍ଲେଖ ରହିଛି। ଜବରଦଖଲ କରିବା ଅଭିଯୋଗରେ ବିଏମ୍‌ସି କର୍ତ୍ତୃପକ୍ଷ ଇସ୍‌କନ୍‌ ମନ୍ଦିର ଏବଂ ହୋଟେଲ ପ୍ରେସିଡେନ୍ସିକୁ ନୋଟିସ ଦେଇଛନ୍ତି।

ଇସ୍କନ୍ ଏବଂ ହୋଟେଲ ପ୍ରେସିଡେନ୍ସି ସମ୍ମୁଖ ଜାତୀୟ ରାଜପଥରେ ବର୍ଷାପାଣି ଜମି ରହିବା ଓ ଗାଡ଼ି ଚଳାଚଳ ପ୍ରଭାବିତ ହେଉଥିବାରୁ ବିଏମ୍‌ସି ଏହି ନୋଟିସ୍ ଜାରୀ କରିଛି।

ନୋଟିସ୍‌ରେ ଉଲ୍ଲେଖ ରହିଛି ଯେ ଜାତୀୟ ରାଜପଥ କଡ଼ରେ ଥିବା ଷ୍ଟ୍ରିଟ୍ ୱେ ଜବରଦଖଲ କରି ଏହି ଦୁଇ ସଂସ୍ଥା ଦୋକାନ ଗୃହ ଓ ପାର୍କିଂ ପାଇଁ ବ୍ୟବହାର କରୁଛନ୍ତି। ଏଥିପାଇଁ ଜବରଦଖଲ ଦିନଠାରୁ ଜବରଦଖଲ ହଟାଇବା ପର୍ଯ୍ୟନ୍ତ ଦୈନିକ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି। ଜରିମାନା ନଦେଲେ ୭ ଦିନ ଭିତରେ କାରଣ ଦର୍ଶାଇବାକୁ ନୋଟିସ୍‌ରେ କୁହାଯାଇଛି।

Comment