ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ପୂର୍ବତନ କ୍ରିକେଟର ଇମରାନ୍ଖାନଙ୍କ ଦଳ ତହରିକଇନସାଫ୍‌(ପିଟିଆଇ) ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି

ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପୂର୍ବତନ କ୍ରିକେଟର୍‌ ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ବୃହତ ଦଳ ଭାବେ ଆଗରେ ରହିଛି। ତେଣୁ ପାକିସ୍ତାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ କ୍ରିକେଟର-ଟର୍ଣ୍ଣଡ୍-ପଲିଟିସିଆନ୍ ଇମ୍ରାନ୍ ଖାନ୍।

ନଓ୍ଵାଜ ସରିଫଙ୍କ ମୁସଲିମ ଲିଗ୍‌ ସହିତ ଏହାର କଡ଼ା ଦେଇ ଦେଶରେ ସରକାର ଗଢ଼ିବାକୁ ଯାଉଛି ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ଵାଧୀନ ପିଟିଆଇ ଦଳ। କୌଣସି ନିର୍ଦ୍ଦିଷ୍ଟ ଦଳକୁ ସ୍ପଷ୍ଟ ବହୁମତ ମିଳିନଥିବାବେଳେ ଇମ୍ରାନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। କାରଣ ତାଙ୍କ ପଛରେ ଶକ୍ତିଶାଳୀ ସେନାବାହିନୀର ସମର୍ଥନ ରହିଛି।

ଇମ୍ରାନଙ୍କ ଦଳ ୧୦୭ ଆସନ ହାସଲ କରି ପ୍ରଥମ ସ୍ଥାନରେ ଥିବା ବେଳେ ୭୦ ଆସନ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ନଓ୍ଵାଜ ସରିଫ୍‌ଙ୍କ ପାକିସ୍ତାନ ମୁସଲିମ୍‌ ଲିଗ୍‌।

ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୩୯ ସିଟ୍‌ରେ ଆଗୁଆ ରହିଛି। ମୋଟ ୨୭୨ ସଂସଦୀୟ ଆସନରେ ମତଦାନ ହୋଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି କିଙ୍ଗ୍‌ମେକର ସାଜିପାରେ ବୋଲି କୁହାଯାଉଛି। ଅପରପକ୍ଷରେ ସ୍ୱାଧୀନ ପ୍ରାର୍ଥୀମାନେ ୫୧ଟି ଆସନରେ ଆଗୁଆ ଥିବା ସୂଚନା ମିଳିଛି। ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ମୁତ୍ତାହିଦା ମଜଲିସ୍‌-ଏ-ଅମଲ୍‌ ୧୧ ସିଟ୍‌ରେ ଆଗୁଆ ରହିଛି।

ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସୟିଦଙ୍କ ଦଳର କୌଣସି ଜଣେ ହେଲେ ପ୍ରାର୍ଥୀ ଜିତି ନ ଥିବା ବେଳେ ଦଳ ଅମାନତ ହରାଇଥିବା ଜଣାପଡିଛି। ଏମିତିକି ହାଫିଜଙ୍କ ପୁଅ ହାଫିଜ୍‌ ତଲ୍ଲା ଓ ଜ୍ୱାଇଁ ଖଲିଦ ୱାଲିଦ ମଧ୍ୟ ହାରିଥିବା ଜଣାପଡ଼ିଛି।

ହାଫିଜଙ୍କ ଦଳ ଆଲ୍ଲାହ-ଓ-ଅକବର ପ୍ରାୟ ୨୬୫ଟି ଆସନରେ ପ୍ରାର୍ଥୀ ଦେଇଥିଲା। ପାକିସ୍ତାନ ଜନତା ଆତଙ୍କବାଦକୁ ପ୍ରଶୟ ଦେବାକୁ ଆଉ ଚାହୁଁନାହାଁନ୍ତି।

Comment