ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇସ୍କନ ମନ୍ଦିର ସାମ୍ନାରୁ ଜବରଦଖଲ ଉଚ୍ଛେଦ ଆରମ୍ଭ। ମନ୍ଦିର ସାମ୍ନାରେ ଥିବା ସମାଧି ପୀଠକୁ ପ୍ରଥମେ ଉଚ୍ଛେଦ କରାଯାଉଛି। ବିଡିଏ ଓ ବିଏମ୍‌ସି ମିଳିତ ଭାବେ ଏହି ଜବରଦଖଲ ଉଛେଦ କାର୍ଯ୍ୟ କରୁଛନ୍ତି।

ଏକାଧିକ ଜେସିବି ମେସିନ ଲାଗି ଏହି ଜବରଦଖଲ ହୋଇଥିବା ସ୍ଥାନକୁ ଉଛେଦ କରୁଛନ୍ତି। ଉଚ୍ଛେଦ ହେଉଥିବା ସ୍ଥାନରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ସେଠାରେ ଦୁଇ ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି।
ଗତକିଛଇ ପୂର୍ବରୁ ହୋଇଥିବା ଲଘୁଚାପ ବର୍ଷାରେ ଇସ୍କନ ମନ୍ଦିର ଆଗରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇଥଲା। ପ୍ରାୟ ଏକ ଘଣ୍ଟା ବର୍ଷାରେ ବନ୍ୟାଜଳ ନିଷ୍କାସିତ ହୋଇ ନ ପାରିବାରୁ ଇସ୍କନ ମନ୍ଦିର ସାମ୍ନାରେ ବନ୍ୟା ସୃଷ୍ଟି ହୋଇ କାର୍‌ ଭାସିଥିଲା।

ଇସ୍କନମନ୍ଦିରର ସମ୍ମୁଖଭାବରେ କିଛି ଅଂଶରେ ବେଆଇନ ଅସ୍ଥାୟୀ ନିର୍ମାଣ ଯୋଗୁଁ ବର୍ଷା ଜଳ ନିଷ୍କାସନରେ ସମସ୍ୟା ଉପୁଜୁଥିବା ବିଏମସି ପକ୍ଷରୁ କୁହାଯାଇଥିଲା। ଏପରିକି ଗତ ଦୁଇ ଦିନ ତଳେ ବିଏମସି ଏ ନେଇ ଇସ୍କନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା।

ଶନିବାରଦିନ ବିଏମସି ଓ ବିଡିଏର ଏନଫୋର୍ସମେଣ୍ଟ ସ୍କ୍ଵାଡ୍‌ ସହିତ ସାଧାରଣ ପ୍ରଶାସନ ଓ ଡ୍ରେନେଜ୍‌ ଡିଭିଜନର ଅଧିକାରୀମାନେ ଉପସ୍ଥିତ ରହି ଏହି ଜବରଦଖଲ ଉଛେଦ କାର୍ଯ୍ୟ ଜାରି ରଖିଛନ୍ତି।

Comment