ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେମିକାଲ ଆଟାକ ଧମକ। ମୁମ୍ବାଇର ଜଣେ ୨୨ବର୍ଷୀୟ ଯୁବକ ଦେଲା ଧମକ। ଏହି ଘଟଣାରେ ପୋଲିସ୍ ସମ୍ପୃକ୍ତ ଯୁବକକୁ ଗିରଫ କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେମିକାଲ୍ ଆଟାକ୍ (ରାସାୟନିକ ଆକ୍ରମଣ) ନେଇ ଧମକପୂର୍ଣ୍ଣ ଫୋନ୍ କଲ୍। ଏହି ଘଟଣାରେ ପୋଲିସ୍ ମୁମ୍ବାଇର ଜଣେ ୨୨ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାଁ କାଶୀନାଥ ମଣ୍ଡଲ୍।
ନେସ୍ନାଲ୍ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି) କଣ୍ଟ୍ରୋଲ୍ ରୁମ୍କୁ ଫୋନ୍ କରି ମୋଦିଙ୍କ ଉପରେ ରାସାୟନିକ ଆକ୍ରମଣ କରାଯିବ ବୋଲି ଚେତାବନୀ ଦେଇଥିଲା କାଶୀନାଥ। ଯୁବକଙ୍କୁ ମୁମ୍ବାଇରୁ ଯୁବକଙ୍କୁ ଗିରଫ କରିଛି ପୋଲିସ।
ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟକରୁଥିବା କାଶୀନାଥ ମଣ୍ଡଳଙ୍କୁ ଜୁଲାଇ ୨୭ ତାରିଖ ଦିନ ବିଡି ମାର୍ଗ ପୋଲିସ କେନ୍ଦ୍ରୀୟ ମୁମ୍ବାଇରୁ ଗିରଫ କରିଛି। ଶୁକ୍ରବାର ଦିଲ୍ଲୀସ୍ଥିତ ଏନ୍ଏସ୍ଜି କଣ୍ଟ୍ରୋଲ ରୁମ୍ରୁ ସେ ନମ୍ବର ନେଇ ଫୋନ୍ କରିଥିଲେ।
ଯୁବକଙ୍କୁ ଗିରଫ କରିବା ପରେ ପୋଲିସ କହିଛନ୍ତି, “ନୂଆଦିଲ୍ଲୀରୁ ଏନ୍ଏସ୍ଜି କଣ୍ଟ୍ରୋଲ୍ ରୁମ୍ର ଯୋଗାଯୋଗ ନମ୍ବର ପାଇ ସେ ଶୁକ୍ରବାର ଦିନ ଚେତାବନୀ ଦେଇଥିଲେ କି, ପ୍ରଧାନମନ୍ତ୍ରୀଙ୍କ ଉପରେ ରାସାୟନିକ ଆକ୍ରମଣ କରାଯିବ।”
ଏନ୍ଏସ୍ଜି ମୁମ୍ବାଇରୁ ସେ ନମ୍ବର ଟ୍ରାକ୍ କରି କଲ୍ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲା।
ତା’ପରେ ପୋଲିସ ମଣ୍ଡଳଙ୍କୁ ଠାବ କରି ମୁମ୍ବାଇର ସେଣ୍ଟ୍ରାଲ୍ ରେଳବାଇ ଷ୍ଟେସନ୍ରୁ ଗିରଫ କରିଥିଲା। ଓ୍ଵାକେଶ୍ୱର ଅଞ୍ଚଳ ବସ୍ତିରେ ରହୁଥିବା ଝାଡ଼ଖଣ୍ଡ ନିବାସୀ ମଣ୍ଡଳ ରେଳଷ୍ଟେସନ୍ରୁ ସୁରତ ଅଭିମୁଖେ ଯାଉଥିବା ଟ୍ରେନ୍ ଚଢ଼ିବାକୁ ଯାଉଥିଲେ। ଏହି ସମୟରେ ପୋଲିସ ଯୁବକକୁ ଗିରଫ କରିଥିଲା। ମଣ୍ଡଳଙ୍କୁ ଆଇପିସି ଧାରା ୫୦୫ (୧) ଓ (୨) ଏବଂ ୧୮୨ ଆଧାରରେ ଗିରଫ କରାଯାଇଛି।
ପୋଲିସ ପଚରାଉଚୁରା କରିବା ପରେ ମଣ୍ଡଳ କହିଥିଲେ, “ନିକଟ ଅତୀତରେ ଝାଡ଼ଖଣ୍ଡରେ ନକ୍ସଲ୍ ଆକ୍ରମଣରେ ତାଙ୍କର ଜଣେ ବନ୍ଧୁ ନିହତ ହୋଇଛନ୍ତି, ସେ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ”।
ଗିରଫ ଅଭିଯୁକ୍ତଙ୍କୁ ଅଦାଲତରେ କରାଯିବାରୁ ଅଦାଲତ ତାଙ୍କୁ ରିମାଣ୍ଡରେ ପୋଲିସ ହାଜତକୁ ପଠାଇ ଦେଇଛନ୍ତି। ଅାଜି ତାଙ୍କୁ ପୁଣି ଅଦାଲତରେ ହାଜର କରାଯିବ।














