ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାମନଗର ଡବଲ ମର୍ଡର ଘଟଣାର ଅଭିଯୁକ୍ତ ବବୁଆ ମହାନ୍ତିକୁ କୋର୍ଟରେ ହାଜର କରିଛି ପୋଲିସ।

ଧାମନଗର ଡବଲ ମର୍ଡର ଘଟଣାର ଅଭିଯୁକ୍ତ ଗୋପୀନାଥ ମହାନ୍ତି ଏବଂ ବବୁଆକୁ ଆଜି ପୋଲିସ ଭଦ୍ରକ ଏଡିଜେ କୋର୍ଟରେ ହାଜର କରିଛି। ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ବବୁଆକୁ ଧାମନଗର ପୋଲିସ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ବବୁଆ କେବେଠୁ ଏହି କ୍ରାଇମ୍ ପ୍ଲଟ ରଚନା କରିଥିଲା ସେ ସମ୍ପର୍କରେ ପୋଲିସ ଖୋଳତାଡ଼ କରିବ।

ଗତ ରବିବାର ରାତିରେ ଧାମନଗର ଥାନା ଅନ୍ତର୍ଗତ ତଳଚିଠା ଗାଁରେ ଘଟିଥିଲା ଅଭାବନୀୟ ଘଟଣା। ସେହି ଗାଁର ବବୁଆ ମହାନ୍ତି ରବୀନ୍ଦ୍ର ସାହୁଙ୍କୁ ଘରୁ ଡାକିନେବା ସହ ତାଙ୍କ ସ୍ତ୍ରୀଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହାସହ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଭଦ୍ରକ ଏସ୍‌ପି ବାତ୍ତୁଲା ଗଙ୍ଗାଧର ସୂଚନା ଦେଇଥିଲେ।

ସୋମବାର ରାତିରେ ଭୁବନେଶ୍ୱରରୁ ବବୁଆକୁ ଗିରଫ କରିଥିଲା ଧାମନଗର ପୋଲିସ୍। ଗିରଫ ହେବା ପରେ ବବୁଆ ଗଣମାଧ୍ୟମରେ ବିବୃତି ଦେଇଥିଲା। ପିଲାଦିନର ପ୍ରତିଶୋଧ ନେବା ପାଇଁ ରବୀନ୍ଦ୍ର ଏବଂ ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ବବୁଆ କହିଥିଲା।

ହେଲେ ଭଦ୍ରକ ଏସ୍‌ପି ଏହାକୁ ମିଛ ବୋଲି କହିଥିଲେ। ୨ ଲକ୍ଷ ଟଙ୍କା ପାଇଁ ବବୁଆ ସୈତାନ ପାଲଟି ଯାଇଥିବା ଏସ୍‌ପି କହିଥିଲେ। ରବୀନ୍ଦ୍ରକୁ ମଦ ପିଆଇ ବବୁଆକୁ କେନାଲକୁ ଠେଲିଦେବା ପରେ ଭକ୍ତିଲତାକୁ ଘରେ ପଶି ହତ୍ୟା କରିଥିଲା। ତାଙ୍କ ଝିଅକୁ ମାରିବାକୁ ଉଦ୍ୟମ କରିବା ବେଳେ ପଡ଼ୋଶୀଙ୍କ ଡାକୁ ଶୁଣି ବବୁଆ ଫେରାର ହୋଇଯାଇଥିଲା।

Comment