ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ୍। ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ ସରୋଜଙ୍କ ଜାମିନ୍ ଆବେଦନକୁ ମଞ୍ଜୁରି କରିଛନ୍ତି। ୨ଜଣ ଜାମିନଦାର ଏବଂ ୨୫ ହଜାର ଟଙ୍କା ବଦଳରେ ତାଙ୍କୁ ଜାମିନ୍ ମିଳିଛି। ଏହାସହ ତଦନ୍ତରେ ସହଯୋଗ କରିବା ପାଇଁ କୋର୍ଟ ପାଟଣାଗଡ଼ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାସ୍ତା କାମ ନିମ୍ନମାନର ଅଭିଯୋଗ ଦର୍ଶାଇ ବିଧାୟକ ପାଟଣାଗଡ଼ରେ ଦବଙ୍ଗଗିରି ଦେଖାଇଥିଲେ। ବିଚ୍ ରାସ୍ତାରେ ଲୋକଙ୍କ ସାମ୍ନାରେ ବିଧାୟକ ଇଞ୍ଜିନିଅରଙ୍କୁ ୧୦୦ ଥର ଉଠ୍ ବସ୍ କରିଥିଲେ। ଏହି ଘଟଣାରେ ବିଧାୟକ ଗିରଫ ହୋଇଥିଲେ।

ବଲାଙ୍ଗିର ଏଡିଜେ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ବିଧାୟକ ଭୁବନେଶ୍ୱରରେ ବିଧାୟକ ଓ ସାଂସଦଙ୍କ ପାଇଁ ଖୋଲାଯାଇଥିବା ସ୍ପେଶାଲ ଜଜ୍ କୋର୍ଟରେ ଜାମିନ ଆବେଦନ କରିଥିଲେ।

ବିଧାୟକ ଇଞ୍ଜିନୟରଙ୍କ ଉଠ୍ ବସ୍ କରିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଚାରିଆଡ଼େ ଉତ୍ତେଜନା ଦେଖାଦେଇଥିଲା। ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଭିନ୍ନ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇଥିଲେ। ଶେଷରେ ବିଧାୟକଙ୍କୁ ଗିରଫ କରିଥିଲା ପାଟଣାଗଡ଼ ପୋଲିସ।

Comment