ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ହେବ। ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ଜାମିନ ଆବେଦନ ଶୁଣାଣି ହେବ। ପୂର୍ବରୁ ଜୁଲାଇ ୧ରେ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା। କିନ୍ତୁ ଶୁଣାଣି ସ୍ଥଗିତ ହେବାରୁ ତାଙ୍କ ଜାମିନର ଶୁଣାଣି ୫କୁ ଘୁଞ୍ଚାଇ ଦିଆଯାଇଥିଲା। ୫ତାରିଖ ଯାଏଁ ବିଧାୟକ ଜେଲରେ ରହିଥିଲେ।

ପିଡବ୍ଲ୍ୟୁଡି ଇଞ୍ଜିନୟର ଜୟକାନ୍ତ ଶବରଙ୍କୁ ବିଚ୍ ରାସ୍ତାରେ ୧୦୦ ଥର ଉଠ୍‌ବସ୍‌ କରି ଅଡୁଆରେ ପଡ଼ିଥିଲେ ପାଟଣାଗଡ଼ ବିଧାୟକ। ବିଧାୟକଙ୍କ ନାଁରେ ଜେଇଙ୍କ ସ୍ତ୍ରୀ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲୋ

ଏତଲା ଦେବାର ୧୮ ଦିନ ପରେ ବିଧାୟକ ଗିରଫ ହୋଇଥିଲେ। ବଲାଙ୍ଗିର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ ଖାରଜ ହେବାରୁ ବିଧାୟକଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା। ଜେଲରେ ମାତ୍ର ଗୋଟିଏ ରାତି ରହିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ବିଧାୟକଙ୍କୁ ଜେଲରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ପରେ ବିଧାୟକ ଭୁବନେଶ୍ୱରରେ ବିଧାୟକ ଓ ସାଂସଦଙ୍କ ପାଇଁ ଖୋଲାଯାଇଥିବା ସ୍ପେଶାଲ ଜଜ୍ କୋର୍ଟରେ ଜାମିନ ଆବେଦନ କରିଥିଲେ। ଜୁଲାଇ ୧ରେ ଥିଲା ଏହାର ଶୁଶାଣି।

ହେଲେ ଭୁବନେଶ୍ୱର କୋର୍ଟରେ ଓକିଲମାନେ ଆନ୍ଦୋଳନ ଚଳାଇଥିବାରୁ କୌଣସି ଓକିଲ ବିଧାୟକଙ୍କ ମାମଲା ଲଢ଼ିବାକୁ ଆସି ନଥିଲେ। ଶେଷରେ ବିଧାୟକ ନିଜ ପାଇଁ ନିଜେ ଲଢ଼ିଥିଲେ।

ବିଧାୟକ ନିଜେ ଜଜ୍‌ଙ୍କ ସାମ୍ନାରେ ପକ୍ଷ ରଖିବା ସହ ଜୁନିଅର ଇଞ୍ଜିନିଅର ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ପକ୍ଷ ରଖିଥିଲେ। ଶେଷରେ ସତ୍ୟପାଠ ଦାଖଲ ପାଇଁ ଇଞ୍ଜିନିଅର ଏବଂ ତାଙ୍କ ସ୍ତ୍ରୀ କୋର୍ଟକୁ ସମୟ ମାଗିଥିଲେ।

ଫଳରେ ବିଧାୟକଙ୍କ ଜାମିନ ଆବେଦନ ମାମଲା ଶୁଣାଣି ହୋଇପାରି ନଥିଲା। ଯାହାର ଶୁଣାଣି ଆଜି ଅଛି।

Comment