ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାରଦିନ ସୁଧ ହାରରେ .୨୫ ପ୍ରତିଶତ ବୃଦ୍ଧି କରିଛନ୍ତି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସୁଧହାର ବୃଦ୍ଧି କରିଛି। ବୁଧବାରଦିନ ସୁଧ ହାରରେ ୦.୨୫ ପ୍ରତିଶତ ବୃଦ୍ଧି କରିଛି ଆରବିଆଇ। ଘରୋଇ ବଜାରରେ ମୁଦ୍ରାସ୍ପୀତି ଉଚ୍ଚରେ ରହିଥିବା ଆର୍‌ବିଆଇ ସୁଧହାରକୁ ବଢ଼ାଇଛନ୍ତି।

ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍‍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଦ୍ରାନୀତି କମିଟି ବୈଠକରେ ସୁଧ ହାର ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି।

୨୦୧୩ ଅକ୍ଟୋବର ପରେ ଚଳିତ ଆର୍ଥିକ ବର୍ଷରେ ଲଗାତାର ଦ୍ୱିତୀୟ ଥର ପାଇଁ ସୁଧ ହାର ବୃଦ୍ଧି କରାଯାଇଛି। ଗତ ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧ ହାରରେ ୦.୨୫ପ୍ରତିଶତ ବୃଦ୍ଧି ଘଟିଥିଲା।

ସୁଧ ହାର ବୃଦ୍ଧି ପରେ ଆରବିଆଇର ରିପୋ ରେଟ୍‍ ୬.୫୦ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ରିଭର୍ସ ରିପୋ ୬.୨୫ପ୍ରତିଶତକୁ ବୃଦ୍ଧି ପାଇଛି।

ସୁଧ ହାର ବୃଦ୍ଧିର ପ୍ରଭାବରେ ଗୃହ ଓ ଗାଡ଼ି ଋଣ ମହଙ୍ଗା ହେବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ କହିଛନ୍ତି।

Comment