ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କୁଖ୍ୟାତ ଅପରାଧୀ ଟିଟୋ ଓରଫ ସୟଦ ଉସମାନ ଅଲ୍ଲିର ରିମାଣ୍ଡ ଆଜି ଶେଷ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ରାଜନଗର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରିଛି। ଗତ ଅଗଷ୍ଟ ୩୦ ତାରିଖରୁ ଏସଟିଏଫ୍ ଟିଟୋକୁ ୪ ଦିନିଆ ରିମାଣ୍ଡରେ ନେଇଥିଲା।

ରାଜନଗର ଗାଁର ବୁଢ଼ା ଲେଙ୍କା ନାମକ ଜଣେ ଠିକାଦାରଙ୍କୁ ଧମକ ଦେବା ଅଭିଯୋଗରେ ଆଜି ଟିଟୋର ଆଉ ଜଣେ ସହେଯାଗୀ ମାଛୁ ଓରଫ ସେକ ଆଶାତୁଲ୍ଲା କାଦିରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ପୂର୍ବରୁ ୪ ସହେଯାଗୀଙ୍କୁ ଗିରଫ କରିଥିଲା ଏସଟିଏଫ୍।

ତେବେ ଏସଟିଏଫ ୪ ଦିନ ଧରି ଟିଟୋକୁ ରିମାଣ୍ଡରେ ନେଇ କ’ଣ ପ୍ରଶ୍ନ କରୁଥିଲା ତାହା ଜଣାପଡ଼ି ନାହିଁ।  ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ ଏସଟିଏଫ୍ ଡିଏସପି ପ୍ରିୟ ରଞ୍ଜନ ଶତପଥି। ଟିଟୋକୁ  ବାରିମୂଳ ଜେଲକୁ ପଠାଇ ଦିଆଯାଇଛି।

Comment