ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରିଙ୍କୁ ନିଯୁକ୍ତ କରାଯାଇଛି।

ରାଜସ୍ଥାନ ହାଇକୋର୍ଟର ବିଚାରପତି ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ହେବେ ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବିନୀତ ଶରଣଙ୍କ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ହୋଇଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ୍‍ ଜାଭେରିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି।

ଓଡ଼ିଶା ହାଇକୋର୍ଟର ୩୦ତମ ମୁଖ୍ୟ୍ୟ ବିଚାରପତି ଭାବେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ଦାୟିତ୍ୱ ଗ୍ରହଣ କରିବେ।

ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ପ୍ରଥମ ଥର ପାଇଁ ଗୁଜରାଟ ହାଇକୋର୍ଟର ଅସ୍ଥାୟୀ ବିଚାରପତି ଭାବେ ୨୦୦୪ ମସିହାରେ ନିଯୁକ୍ତି ପାଇଥିଲେ। ପରେ ୨୦୦୫ ମସିହାରେ ତାଙ୍କୁ ଗୁଜୁରାଟ ହାଇକୋର୍ଟର ସ୍ଥାୟୀ ବିଚାରପତିଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୬ ମସିହାରେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

ଓଡ଼ିଶା ହାଇକୋର୍ଟର ୨୯ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ବିନୀତ ଶରଣ ୨୦୧୬ ମସିହା ଫେବ୍ରୁଆରି ୨୬ ତାରିଖ ଦିନ ଦାୟିତ୍ୱ ନେଇଥିଲେ।

Comment