ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ସୀମାରେ ପୋଲିସ ଏନକାଉଣ୍ଟରରେ ୧୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି।

ମାଲକାନଗିରିରେ ସୀମାରେ ପୋଲିସକୁ ବଡ଼ ସଫଳତା। ପୋଲିସ ଏନକାଉଣ୍ଟରରେ ଟଳିଲେ ୧୪ ମାଓବାଦୀ। ସୁକମା ଜିଲ୍ଲା କୋଣ୍ଟା ନୁଲକାତୁଙ୍ଗ ଗ୍ରାମ ନିକଟସ୍ଥ ଗୋଲାପାଲି ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୧୪ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଯାଇଛି। ମୃତ ନକ୍ସଲଙ୍କର ଶବ ଉଦ୍ଧାର ହୋଇଛି।

ବହୁ ମାଓ ଅସ୍ତ୍ର ସମେତ ୧୬ ଦେଶୀ ହତିଆର ଜବତ ହୋଇଛି। ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ଗତ ସପ୍ତାହରେ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିଥିଲେ।

Comment