ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲସ୍କର-ଇ-ତୋଇବା(ଏଲ୍‍ଇଟି) ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ହବିବୁରର ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଜଣାପଡିବା ପରେ ଦେଶରେ ଚର୍ଚ୍ଚାକୁ ଆସିଛି ଓଡ଼ିଶା।

ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା କେନ୍ଦ୍ରାପଡ଼ାର ହବିବୁର ରେହମାନର ଘର କେନ୍ଦ୍ରାପଡା ଜିଲା ପାଟକୁରା ଥାନା ତେଣ୍ଡାକୁଡା ଅଞ୍ଚଳ। ସେ ୧୦ ବର୍ଷ ହେଲା ମୁମ୍ବାଇ ଓ ସେଠାରୁ ରିଆଦ ଯାଇଥିଲା। ଗିରଫ ପରେ ରାଜ୍ୟରେ ଆତଙ୍କର ଚେର ନେଇ ରାଜ୍ୟ ଗୁଇନ୍ଦା ବିଭାଗ ସଜାଗ ହୋଇପଡିଛି।

ଏନେଇ ପୋଲିସ ଅଧିକ ତଥ୍ୟ ସଂଗ୍ରହ ପାଇଁ ହବିବୁରର ପରିବାରକୁ ଭେଟିଛି। ହବିବୁରଙ୍କ ପିତା କହିଛନ୍ତି, “ପୁଅ ୨୦୦୬ରେ ଶେଷଥର ଘରୁକୁ ଆସିଥିଲା। ମୁମ୍ବାଇରେ ରହି ୱେଲ୍ଡିଂ କାମ କରୁଥିଲା। ସେବେଠାରୁ ଆମ ସମ୍ପର୍କରେ ନାହିଁ। ସେ ସେଠାରୁ କୁଆଡ଼େ ଯାଇଥିଲା ଆମେ ଜାଣିନୁ। ଯଦି ସେ ଦୋଷୀ ତାକୁ ଦଣ୍ଡ ଦିଆଯାଉ। ଆମ ପାଇଁ ପୁଅ ବଡ଼ ନୁହେଁ ଦେଶ ଏବଂ ଗାଁ ବଡ଼।”

ଲସ୍କର-ଇ-ତୋଇବା(ଏଲ୍‍ଇଟି) ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ହବିବୁରର ଘର କେନ୍ଦ୍ରାପଡ଼ା ଜିଲା ପାଟକୁରା ଜଣାପଡିବା ପରେ ଦେଶରେ ଚର୍ଚ୍ଚାକୁ ଆସିଛି ଓଡ଼ିଶା। ଗିରଫ ହବିବୁର ସାଉଦିଆରବର ରିଆଦ୍‍ରେ ଦୀର୍ଘଦିନ ହେବ ରହୁଥିଲା। ଯଦିଓ ସେ ଅନେକ ଦିନ ହେବ ଓଡ଼ିଶା ବାହାରେ ରହୁଥିଲା ତଥାପି ତା’ର ଓଡ଼ିଶାରେ କାହା ସହିତ ସମ୍ପର୍କ ରହିଛି କି ନାହିଁ ସେ ସମ୍ପର୍କରେ ତଜର୍ମା ଆରମ୍ଭ ହୋଇଛି।

ହବିବୁରର ଭାଇ ଅତାବର କହିଛନ୍ତି, “୬ ମାସ ପୂର୍ବରୁ ପାଟକୁରା ପୁଲିସ୍‌ ହବିବୁର ସମ୍ପର୍କରେ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ମୋତେ ଦିଲ୍ଲୀ ଡକାଯାଇଥିଲା। ହବିବୁରର ପରିବାର ମୁମ୍ବାଇରେ ରହନ୍ତି। ସେ ଏବେ ସାଉଦି ଆରବରେ ରହୁଛି।”

Comment