ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନା ଚେନ୍‌ ପାଇଁ ନବବଧୂଙ୍କୁ ଜାଳି ହତ୍ୟା ଉଦ୍ୟମ କରିଛନ୍ତି ଶାଶୂଘର ଲୋକେ। ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ।

ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ଲୋକେ ସ୍ୱର ଉତ୍ତୋଳନ କଲେ ମଧ୍ୟ ତାହା ଥମିବାର ନାଁ ନେଉନାହିଁ। ସାମାନ୍ୟ ସୁନା ଚେନ୍‌ ପାଇଁ ନବବଧୂଙ୍କୂ ଜାଳି ହତ୍ୟା ଉଦ୍ୟମ କରିଛନ୍ତି ଶାଶୂଘର ଲୋକେ। ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ।

ଯୌତୁକ ପାଇଁ ବୋହୂକୁ ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ ଅଭିଯୋଗ। ଏହି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଚିଲାପଦା ଗାଁରେ। ଶାଶୂ, ଶଶୁର ଓ ସ୍ଵାମୀ ନବବଧୂକୁ ଯୌତୁକ ପାଇଁ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ନିଜକୁ ବଞ୍ଚାଇବାକୁ ଯାଇ ପ୍ରାଣ ବିକଳରେ ରାସ୍ତାରେ ଦୌଡ଼ିଥିଲେ। ରାସ୍ତାରେ ଯାଉଥିବାବେଳେ ଦୁଇଜଣ ଲୋକ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି।

ମାତ୍ର ତିନିମାସ ତଳେ ମହିଳା ଜଣଙ୍କ ବିବାହ କରିଥିଲେ। ବିବାହ ପରେ ଏକ ସୁନା ଚେନ୍‌ ଆଣିବା ପାଇଁ ଶାଶୂଘର ଲୋକେ ନବବଧୂଙ୍କ ଉପରେ ବାରମ୍ବାର ଚାପ ପକାଉଥିଲେ। ଏଥିଲେ ଅସଫଳ ହେବାରୁ ଶେଷରେ ଶାଶୂ, ଶ୍ଵଶୂର ଓ ସ୍ଵାମୀ ମିଶି ମହିଳାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ।

Comment