ଓଡ଼ିଶାଲାଇଭ୍‍ ବ୍ୟୁରୋ

ୱେବସାଇଟ୍‍ ଛାଡ଼ି ଏବେ ସୋସିଆଲ ମିଡିଆରେ ଲାଇଭଷ୍ଟ୍ରିମିଂ ଏକ ନୂଆ ଟ୍ରେଣ୍ଡ ହୋ‍ଇଛି।

  • ୱେବସାଇଟରେ ଷ୍ଟ୍ରିମିଂ
  • ୟୁଟ୍ୟୁବ୍‍, ଫେସବୁକ ଏବଂ ଟୁଇଟରରେ ଲାଇଭଷ୍ଟ୍ରିମିଂ
  • କର୍ପୋରେଟ୍‍ ଏବଂ ସୋସିଆଲ ମିଡିଆ ଭିଡିଓ

ୱେବସାଇଟ୍‍ ଏବଂ ସୋସିଆଲ ମିଡିଆରେ ଲାଇଭଷ୍ଟ୍ରିମିଂ ସାରା ପୃଥିବୀରେ ଏକ ନୂଆ ଡିଜିଟାଲ ଟ୍ରେଣ୍ଡ ହୋ‍ଇଛି। ଏବେ ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମର ଲାଇଭଷ୍ଟ୍ରିମିଂ ମଧ୍ୟ ଲୋକପ୍ରିୟ ହେବା ଦେଖିବାକୁ ମିଳୁଛି। ଫଳରେ ଦେଶବିଦେଶର ଦର୍ଶକମାନେ ବିଭିନ୍ନ କାର୍ଯ୍ୟକ୍ରମ ସହ କମ୍ପ୍ୟୁଟର ଏବଂ ମୋବାଇଲ ମାଧ୍ୟମରେ ଯୋଡ଼ି ହୋ‍ଇପାରୁଛନ୍ତି। ଓଡ଼ିଶାଲାଇଭ ମିଡିଆର କମ୍ୟୁନିକେସନ ସର୍ଭିସ ବିଭାଗ ଓଏଲ୍‍ ଡିଜିଟାଲ ପକ୍ଷରୁ ଏବେ ଏହି ସେବା ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି।

ଗୋଟିଏ ସମୟରେ ବିଭିନ୍ନ କର୍ପୋରେଟ ହାଉସ୍‍ ସେମାନଙ୍କ ପ୍ରମୁଖ କାର୍ଯ୍ୟକ୍ରମର ଲାଇଭଷ୍ଟ୍ରିମିଂ ନିଜ ୱେବସାଇଟ୍‍ ମାଧ୍ୟମରେ କରୁଥିଲେ। ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର ଲାଇଭଷ୍ଟ୍ରିମିଂ ହେବା ଫଳରେ ଲୋକମାନେ ଟେଲିଭିଜନରେ ସିଧା ପ୍ରସାରଣ ଭଳି ଡିଜିଟାଲ ମିଡିଆ ମାଧ୍ୟମରେ ତତ୍‌କାଳ କାର୍ଯ୍ୟକ୍ରମ ଦେଖିପାରିଲେ। ୱେବସାଇଟ୍‍ ସହିତ ବର୍ତ୍ତମାନ ସୋସିଆଲ ମିଡିଆରେ ଷ୍ଟ୍ରିମିଂର ଯୁଗ ଆରମ୍ଭ ହୋ‍ଇଛି। ଏବେ ୟୁଟ୍ୟୁବ୍‍, ଫେସବୁକ ଏବଂ ଟୁଇଟର ଆଦି ଲୋକପ୍ରିୟ ସୋସିଆଲ ମିଡିଆରେ ବିଭିନ୍ନ କାର୍ଯ୍ୟକ୍ରମର ଲାଇଭ ପ୍ରସାରଣ ଧାରା ଆରମ୍ଭ ହୋ‍ଇଛି।

ଓଏଲ୍‍ ଡିଜିଟାଲ ପକ୍ଷରୁ ଲାଇଭଷ୍ଟ୍ରିମିଂ ସେବା ଭୁବନେଶ୍ୱର, କଟକ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଇ ଦିଆଯାଉଛି। ଗ୍ରାହକମାନେ ସେମାନଙ୍କ ୱେବସାଇଟ ସହିତ ନିଜ ନିଜର ସୋସିଆଲ ମିଡିଆରେ ଆବଶ୍ୟକ ବେଳେ ଷ୍ଟ୍ରିମିଂ କରିପାରିବେ। ଏଥିପାଇଁ ଆବଶ୍ୟକ ଜ୍ଞାନକୌଶଳ ଏବଂ ଟିମ୍‍ ଓଏଲ୍‍ ଡିଜିଟାଲ ପ୍ରସ୍ତୁତ କରିଛି।

ନିକଟରେ ଓଡ଼ିଶାଲାଇଭ ଡିଜିଟାଲ ପ୍ଲାଟଫର୍ମରେ ରଥଯାତ୍ରାର ସିଧାପ୍ରସାରଣ ବେଶ୍‍ ଲୋକପ୍ରିୟତା ହାସଲ କରିଥିଲା। ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ସିଧାପ୍ରସାରଣ ଓଡ଼ିଶାଲାଇଭର ନ୍ୟୁଜ୍‍ ପୋର୍ଟାଲ ସହିତ ବିଭିନ୍ନ ସୋସିଆଲ ମିଡିଆରେ କରାଯାଇଥିଲା। ଏହି ୫ ଦିନ ମଧ୍ୟରେ ୪୨ ଘଣ୍ଟାରୁ ଅଧିକ ସମୟର ଲାଇଭଷ୍ଟ୍ରିମିଂ ପଛରେ ଥିଲା ଓଏଲ୍‍ ଡିଜିଟାଲ ଟିମ୍‍।

ଏହାଛଡ଼ା ନିକଟ ଅତୀତରେ ଓଡ଼ିଶା ଟ୍ରାଭେଲ ବାଜାର, ଓଡ଼ିଶା ଟୁରିଜିମ୍‍ କନକ୍ଲେଭ, ଓଡ଼ିଶାପୋଷ୍ଟ ମେଟଲମିଟ୍‍ କୁଇଜ ପ୍ରତିଯୋଗିତା ଏବଂ ଏସଟିପିଆଇ ଏଲିଟର ଶୁଭାରମ୍ଭ ଭଳି ମର୍ଯ୍ୟାଦାଜନକ କାର୍ଯ୍ୟକ୍ରମ ବେଳେ ଓଏଲ ଡିଜିଟାଲ ପକ୍ଷରୁ ଲାଇଭଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଇଥିଲା।

ଓଏଲ୍‍ ଡିଜିଟାଲ ଏକ ନୂଆପିଢ଼ିର କମ୍ୟୁନିକେସନ ଏଜେନ୍ସି। କମ୍ପାନି ପକ୍ଷରୁ ଲାଇଭଷ୍ଟ୍ରିମିଂ ଛଡ଼ା ଭିଡିଓ ଡକ୍ୟୁମେଣ୍ଟେସନ, କର୍ପୋରେଟ୍‍ ଫିଲ୍ମ, ଡକ୍ୟୁମେଣ୍ଟାରି ଫିଲ୍ମ, କଣ୍ଟେଣ୍ଟ ଡେଭେଲୋପମେଣ୍ଟ ଏବଂ ସୋସିଆଲ ମିଡିଆ ମ୍ୟାନେଜମେଣ୍ଟ ଆଦି ସେବା ଯୋଗାଇ ଦିଆଯାଉଛି ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

Comment