ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଣିକି ଓମ୍ଫେଡ୍ ଜରି, ପ୍ଲାଷ୍ଟିକ୍ ପାଣି ବୋତଲ ଫେରାଇଲେ ଟଙ୍କା ମିଳିବ।
ଓମ୍ଫେଡ୍ ଜରି, ପ୍ଲାଷ୍ଟିକ୍ ପାଣି ବୋତଲ ଫେରାଇଲେ ଏଣିକି ଟଙ୍କା ମିଳିବ। ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ଗୁରୁବାରଦିନ ସଚିବାଳୟରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ଏଜେଣ୍ଟଙ୍କ ମାଧ୍ୟମରେ ଜରି ଓ ବୋତଲ ସଂଗ୍ରହ କରାଯିବ। ବିଭିନ୍ନ ପ୍ଲାଷ୍ଟିକ୍ ବୋତଲ କେନ୍ଦ୍ର ମଧ୍ୟ ଗଠନ କରାଯିବ। ଏଥିପାଇଁ ବିଭିନ୍ନ ସଂଗ୍ରହ କେନ୍ଦ୍ର ସୃଷ୍ଟି କରିବା ସହ ପାଣି ପାଉଚ୍ ବନ୍ଦ ପାଇଁ ଆଲୋଚନା ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ଜନସାଧାରଣଙ୍କ ମତାମତ ପାଇଁ ୧୫ ଦିନ ସମୟ ଦିଆଯିବ। ସେପ୍ଟେମ୍ବର ୧୫ ସୁଦ୍ଧା ପ୍ଲାଷ୍ଟିକ ନିଷେଧ ନିୟମ ଆସିବ। ଆସନ୍ତା ୨ ସପ୍ତାହ ମଧ୍ୟରେ ନିୟମ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।














