ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନନ୍ତ ବାସୁଦେବ ମନ୍ଦିରରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ରୋଷଶାଳାର ୨୨ ବଖରା ଘର ନିଆଁରେ ପୋଡ଼ି ଯାଇଛି। ରୋଷଘର ଛଣରେ ତିଆରି ହୋଇଥିବାରୁ ନିଆଁ ବ୍ୟାପି ଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସେବାୟତମାନଙ୍କ ସହ ଉଭୟ ଆଲୋଚନା କରିଛନ୍ତି।

ଅନନ୍ତ ବାସୁଦେବ ମନ୍ଦିରରେ ପ୍ରତିଦିନ ୫ ହଜାର ଲୋକଙ୍କ ପାଇଁ ମହାପ୍ରସାଦ ବାହାରିଥାଏ। ଅଗ୍ନିକାଣ୍ଡ ଯୋଗୁଁ ଆଜି ମହାପ୍ରସାଦ ବିଳମ୍ବରେ ବାହାରିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଭୋର୍ ୪ଟା ବେଳକୁ ଅନନ୍ତ ବାସୁଦେବ ମନ୍ଦିରର ରୋଷଶାଳା ଜଳୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଅଗ୍ନିଶମ ବିାହିନୀକୁ ଖବର ଦେଇଥିଲୁ। ୨ ଘଣ୍ଟା ଧରି ଅଗ୍ନିଶମ ବାହିନୀ କରୟସରତ କରିବା ପରେ ନିଆଁ ଆୟତ୍ତ ହୋଇଥିଲା।

Comment