ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଦମ୍ୟ ଇଚ୍ଛାଶକ୍ତି ଓ ଆପ୍ରାଣ ଚେଷ୍ଟା ଆଗରେ ହାର ମାନିଛି ବୟସ। ଏହାର ନିଚ୍ଛକ ଉଦାହରଣ ହେଲେ ପୁରୀର ୬୫ ବର୍ଷୀୟ ଦୁର୍ଗାଚରଣ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ଜ୍ୟୋତ୍ସା ମିଶ୍ର। ଏହି ଦମ୍ପତି ଥରେ ନୁହେଁ ଦୁଇ ଦୁଇଥର ଗିନିଜ୍‌ ୱାର୍ଲଡ୍‌ ରେକର୍ଡର ଅଧିକାରୀ ହୋଇଛନ୍ତି।

ଅଦମ୍ୟ ଇଚ୍ଛାଶକ୍ତି ପାଖରେ ହାର ମାନିଛି ବୟସ। ବିଭିନ୍ନ ସମୟରେ ଦୀର୍ଘତମ ଯାତ୍ରା କରି ଏହି ଦମ୍ପତି ଲଗାତର କରି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ବିଶ୍ୱ ରେକର୍ଡ।

ପୂର୍ବରୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡର ଅଧିକାରୀ ହୋଇଥିବା ଏହି ଦମ୍ପତ୍ତି ପୁଣି ଥରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି।

ଏହି ଦମ୍ପତ୍ତି ହେଲେ ପୁରୀ ମୋଚି ସାହି ଛକ ଅଞ୍ଚଳରେ ରହୁଥିବା କେନ୍ଦ୍ର ପରିବହନ ବିଭାଗର ଅବସରପ୍ରାପ୍ତ ଅଧିକାରୀ ଦୁର୍ଗାଚରଣ ମିଶ୍ର ଓ ତାଙ୍କ ପତ୍ନୀ ଜ୍ୟୋତ୍ସ୍ନା ମିଶ୍ର।

୪୨ ଦିନରେ ଲଗାତାର ଭାବେ ୨୯,୧୧୯ କିମି ଯାତ୍ରା କରି ଏହି ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ଯାତ୍ରା ପାଇଁ ଗତ ୫ ଦିନ ତଳେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାଲର୍ଡ ରେକର୍ଡ ମିଶ୍ର ଦମ୍ପତିଙ୍କୁ ଦେଇଛି ପ୍ରମାଣପତ୍ର। ଏଥର ମିଶ୍ର ଦମ୍ପତି ରୋମାନିଆ ଦମ୍ପତ୍ତିଙ୍କ ୯୨୬୧ କିମିର ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

୨୦୧୪ରେ କାର୍‌ରେ ସାରା ଭାରତବର୍ଷ ବୁଲି ଗିନିଜ୍‌ ରେକର୍ଡ କରିଥିବା ଏହି ଦମ୍ପତି ଏଥର ଟ୍ରେନ୍, ବସ୍ ଓ ପାଦରେ ଚାଲିଚାଲି ସାରା ଦେଶ ଭ୍ରମଣ କରି ଗିନିଜ୍‌ ୱାର୍ଲଡ୍‌ ରେକର୍ଡରେ ନିଜକୁ ସାମିଲ କରିଛନ୍ତି।

ଏଭଳି ବିରଳ କୃତିତ୍ୱ ସମଗ୍ର ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛି। ଅନ୍ୟପକ୍ଷରେ ଖୁବଶୀଘ୍ର ମିଶ୍ର ଦମ୍ପତି ବିଶ୍ୱର ଏକମାତ୍ର ଦମ୍ପତି ଭାବେ ଦୁଇ ଥର ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଆବେଦନ କରିବେ ବୋଲି କହିଛନ୍ତି।

ମିଶ୍ର ଦମ୍ପତି ୨୦୧୮ ଫେବ୍ରୁଆରି ୧୮ ତାରିଖରେ ପୁରୀରୁ ସକାଳ ୯ଟା ୨୫ରେ ଟ୍ରେନ୍‌ ଯୋଗେ ଯାତ୍ରା ଆରମ୍ଭ କରିଥିଲେ।

ଆସାମର ଦିବ୍ରୁଗଡ, ତ୍ରିପୁରାର ଅଗରତାଲା, ନାଗାଲାଣ୍ଡର କଛ, ଗୁଜୁରାଟର ଭୁଜ, ଜାମୁକାଶ୍ମରୀ, କେରଳ ସମେତ ବିଭିନ୍ନ ରାଜ୍ୟକୁ ଯାତ୍ରା କରି ୪୨ ଦିନ ପରେ ମିଶ୍ର ଦମ୍ପତି ମାର୍ଚ୍ଚ ୩୦ ତାରିଖ ରାତି ୮ଟା୧୫ରେ ପୁରୀରେ ପହଞ୍ଚିଥିଲେ।

ଏହି ଓଡ଼ିଆ ଦମ୍ପତି ରୋମାନିଆର ସିପ୍ରିୟାନ୍‌ ଘିସୋଆଙ୍କ ୯୨୬୨ କିମି ରେକର୍ଡକୁ ଭାଙ୍ଗିଛନ୍ତି। ଗିନିସ୍‌ ବୁକ୍‌ ଅଫ୍‌ ଓ୍ଵାଲର୍ଡ ରେକର୍ଡର ଗାଇଡ୍‌ ଲାଇନ୍‌ ମୁତାବକ ଏହି ଦମ୍ପତିଙ୍କୁ କେବଳ ପବ୍ଲିକ୍‌ ଟ୍ରାନ୍‌ସପୋର୍ଟ (ସରକାରୀ ବସ୍, ଟ୍ରେନ୍‌ (ସାଧାରଣ ରେଳ)ରେ ଯିବାକୁ ଅନୁମତି ଦିଆଯାଇଥିଲା।

ରାଜଧାନୀ ଓ ଦୂରନ୍ତ ଭଳି ଟ୍ରେନ୍‌ ସହିତ ଟୁରିଷ୍ଟ, ପ୍ରାଇଭେଟ୍‌ ବସ୍‌ ଓ ଟ୍ୟାକ୍ସି ତାଙ୍କୁ ବାରଣ କରାଯାଇଥିଲା। ପରିଦର୍ଶନ ସ୍ଥଳରେ କେବଳ ପାଦରେ ଚାଲିବାକୁ ଅନୁମତି ମିଳିଥିଲା। ଦମ୍ପତିଙ୍କୁ କେବଳ ରେଳ ଫ୍ଲାଟ୍‌ଫର୍ମରେ ରହିବାକୁ ଅନୁମତି ଥିଲା।

ଜିପିଆର୍‌ସ୍‌ ସିଷ୍ଟମ୍‌ ଯୋଗେ ତାଙ୍କ ଉପରେ ନଜର ରଖାଯାଇଥିଲା। ମିଶ୍ର ଦମ୍ପତିଙ୍କର ଏ ପ୍ରକାର ସଫଳତାକୁ ନେଇ ପୂରା ଦେଶ ଗର୍ବ ଅନୁଭବ କରିବା ଉଚିତ୍‌ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

୨୦୧୪ ମସିହାରେ ଦେଶ ଭିତରେ ୧୮୪୫୮ କିମି କାରରେ ଯାତ୍ରା କରି ସେ ଗିନିଜ୍‌ ଓ୍ଵାର୍ଲଡରେ ସ୍ଥାନ ପାଇଥିଲେ। ଏହା ପୂର୍ବରୁ ୨୦୧୩ ମସିହାରେ ମିଶ୍ର ଦମ୍ପତି ବୁଲେଟ୍‌ରେ ୨୧୧୪୬ କିମି ଯାତ୍ରା କରି ୟୁନିକ୍‌ ଓ୍ଵାର୍ଲଡ ରେକର୍ଡସ୍‌ ଲିମିଟେଡ୍‌ ପକ୍ଷରୁ ପ୍ରମାଣପତ୍ର ହାସଲ କରିଥିଲେ।

କାରରେ ଗିନିଜ୍‌ ବୁକ୍‌ ରେକର୍ଡରେ ସ୍ଥାନ ପାଇଥିବା ମିଶ୍ର ଦମ୍ପତି ବର୍ଷକ ପୂର୍ବରୁ ବସ୍‌ ଓ ଟ୍ରେନରେ ଦୀର୍ଘତମ ଯାତ୍ରା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡ କମିଟିକୁ ଜଣାଇଥିଲେ। କମିଟି ଏ ନେଇ କିଛି ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଥିଲା। କମିଟିର ଏକ ଦୁଇଜଣିଆ ଟିମ୍‌ ଯାତ୍ରା ଉପରେ ନଜର ରଖିଥିଲା।

“ଚଳିତ ଗିନିଜ୍‌ ୱାର୍ଲଡ୍‌ ରେକର୍ଡ ବେଶ୍‌ କଠିନ ଥିଲା। କାରଣ ଏହି ଯାତ୍ରାରେ କେବଳ ପବ୍ଲିକ୍‌  ଟ୍ରାନ୍ସପୋର୍ଟ ଉପରେ ନିର୍ଭର କରିବାକୁ ପଡ଼ିଥିଲା। ସାଧାରଣ ଟ୍ରେନ୍‌ ଓ ବସ୍‌ରେ ୨୯ ହଜାର ୧୧୯ କିଲୋମିଟର ଯାତ୍ରା ବେଶ୍ କଠିନ ଥିଲା” କହିଛନ୍ତି  ଏହି ଦମ୍ପତି।

Comment