ଓଡ଼ିଶାଲାଇଭ୍‌ ବିଜନେସ୍‌ ବ୍ୟୁରୋ

ଦେଶର ତିନି ପ୍ରମୁଖ ଇ-କମର୍ସ ସଂସ୍ଥା ଆମାଜନ୍‌, ଫ୍ଲିପ୍‌କାର୍ଟ ଓ ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ ଫ୍ରିଡମ୍‌ ସେଲ୍‌ ଆରମ୍ଭ ହୋଇଛି। ଏହିସବୁ ସଂସ୍ଥା ପକ୍ଷରୁ ଗ୍ରାହକମାନଙ୍କୁ ଅନେକ ଆକର୍ଷଣୀୟ ଅଫର୍‌ ପ୍ରଦାନ କରାଯାଉଛି।

ଆମାଜନ୍‌ର ଫ୍ରିଡମ୍‌ ସେଲ୍‌ ଅଗଷ୍ଟ ୯-୧୨ ପର୍ଯ୍ୟନ୍ତ ଚାଲିବ। ସେହିପରି ଫ୍ଲିପ୍‌କାର୍ଟର ଦି ବିଗ୍‌ ଫ୍ରିଡମ୍‌ ସେଲ୍‌ ଅଗଷ୍ଟ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ ‘ଡିଜିଟାଲ୍‌ ଇଣ୍ଡିଆ ସେଲ୍‌’ ଚଳିତ ମାସ ୧୧ରୁ ଏହି ସେଲ୍‌ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଆମାଜନ୍ଇଣ୍ଡିଆ

ଇ-କମର୍ସ କମ୍ପାନି ଆମାଜନ୍‌ ଇଣ୍ଡିଆ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ଆମାଜନ ଫ୍ରିଡମ୍‌ ସେଲ୍‌’ ଯୋଜନା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯାଉଛି।

ଏହି ଯୋଜନା ୨୦୧୮ ଅଗଷ୍ଟ ୯ ତାରିଖ ରାତି ୧୨ଟାରୁ ଅଗଷ୍ଟ ୧୨ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହି ସମୟରେ ଗ୍ରାହକ ଆମାଜନ୍‌ରେ ମହଜୁଦ୍‌ ଥିବା ୧୭୦ ନିୟୁତ ସାମଗ୍ରୀ ମଧ୍ୟରୁ ଗ୍ରାହକ ନିଜ ମନପସନ୍ଦର ସାମଗ୍ରୀ କ୍ରୟ କରିବାର ସୁଯୋଗ ପାଇବେ।

ବିଭିନ୍ନ ସାମଗ୍ରୀ ମଧ୍ୟରେ ସ୍ମାର୍ଟଫୋନ୍‌ଠାରୁ ଆରମ୍ଭ କରି ଫେଶନ୍‌ ସାମଗ୍ରୀ,କ୍ୟୁମର ଇଲେକ୍ଟ୍ରୋନିକ୍ସ, ଗୃହ ଏବଂ କିଚେନ୍‌ ସାମଗ୍ରୀ, ବୃହତ୍‌ ଆପଲାଏନ୍ସ୍‌, ଗ୍ରୋସରୀ ସାମଗ୍ରୀ ପ୍ରଭୃତି ୨୦,୦୦୦ରୁ ଅଧିକ ପ୍ରକାର ସାମଗ୍ରୀ ଗ୍ରାହକ ପକେଟକୁ ସୁହାଇଲା ଭଳି ମୂଲ୍ୟରେ ଆମାଜନ୍‌ ଷ୍ଟୋରରୁ କ୍ରୟ କରିପାରିବେ।

ଏହି ଅବସରରେ ମୋବାଇଲ୍‌ ଫୋନ୍‌ ଏବଂ ଆସେସୋରିଜ୍‌ ଉପରେ ୪୦ପ୍ରତିଶତ ପର୍ଯ୍ୟନ୍ତ ରିହାତି, କ୍ୟୁମର ଇଲେକ୍ଟ୍ରୋନିକ୍ସ ଉପରେ ୫୦ପ୍ରତିଶତ ପର୍ଯ୍ୟନ୍ତ ରିହାତି, ଡେଲି ଏସେନସିଆଲ୍‌ ଉପରେ ୫୦ପ୍ରତିଶତ ପର୍ଯ୍ୟନ୍ତ ରିହାତି, ଆମାଜନ ଫେଶନ ଉପରେ ୮୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ଏବଂ ହୋମ୍‌ ଏବଂ ଆଉଟ୍‌ ଡୋର ସାମଗ୍ରୀ ଉପରେ ୭୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ।

ସାମସଙ୍ଗ୍‌, ହୁଆୱି, ହନର, କାଲଭିନ୍‌ କ୍ଲିନ୍‌ ପରଫରମାନ୍ସ୍‌, ଜଷ୍ଟ୍‌ ଏଫ୍‌, ଡାୟସନ୍‌, ବୁକ୍ସ୍‌,ସେଲୋଣ୍ଡା ଆଦି ବ୍ରାଣ୍ଡ୍‌ର ନୂତନ ଉତ୍ପାଦର ବଜାର ପ୍ରବେଶ ହେବ। ଏସବିଆଇ ଡେବିଟ୍‌ ଏବଂ କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ୧୦ପ୍ରତିଶତ କ୍ୟାସ୍‌ ବ୍ୟାକ୍‌ ସୁବିଧା ପ୍ରଦାନ କରାଯିବ।

ଫ୍ଲିପକାର୍ଟ

ଭାରତର ବୃହତ ଇକମର୍ସ କମ୍ପାନି ଫ୍ଲିପକାର୍ଟ ପକ୍ଷରୁ ଚଳିତ ସ୍ୱାଧିନତା ଦିବସ ଅବସରରେ ‘ଫ୍ଲିପକାର୍ଟ ପ୍ଲସ୍‌’ର ଶୁଭାରମ୍ଭ ଘୋଷଣା କରାଯାଇଛି।

ଏହି କାଯ୍ୟର୍କ୍ରମ ଗ୍ରାହକମାନଙ୍କୁ ସମସ୍ତ ଦିଗରୁ ଏକ ଉତ୍କୃଷ୍ଟ ମାନର ଅନୁଭୂତି ପ୍ରଦାନ କରିବା ସହିତ ସମ୍ପୂର୍ଣ୍ଣ ମାଗଣା ଓ ଦୃତ ଡ଼େଲିଭରୀ ପ୍ରଦାନ କରିବ। ବିଗ୍‌ ଫେଷ୍ଟିବ୍‌ ସିଜିନ୍‌ ସେଲ୍ସ ଭଳି ପ୍ରମୁଖ ସେଲ୍‌ ଇଭେଣ୍ଟମାନଙ୍କୁ ଶୀଘ୍ର ପରିଚାଳନା କରିବାରେ ଗ୍ରାହକମାନଙ୍କୁ ସହାୟକ ହେବ।

ମୋବାଇଲ୍‌ ଫୋନ୍‌ ଏବଂ ଆସେସୋରିଜ୍‌, ଇଲେକ୍ଟ୍ରୋନିକ୍ସ, ଡେଲି ଏସେନସିଆଲ୍‌, ଫେଶନ ଓ ହୋମ୍‌ ଏବଂ ଆଉଟ୍‌ ଡୋର ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର୍ ଯୋଗାଇଦେଉଛି।

ଡିଜିଟାଲ୍ଇଣ୍ଡିଆ ସେଲ୍

ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ ‘ଡିଜିଟାଲ୍‌ ଇଣ୍ଡିଆ ସେଲ୍‌’ ବିଷୟରେ ଘୋଷଣା କରାଯାଇଛି। ଚଳିତ ମାସ ୧୧ରୁ ଏହି ସେଲ୍‌ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆମେରିକାନ୍‌ ଏକ୍ସପ୍ରେସ୍‌, ସିଟି ବ୍ୟାଙ୍କ, ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ ଓ କୋଟାକ୍‌ର ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡର ଜିନିଷ କିଣାକିଣି କଲେ ଗ୍ରାହକଙ୍କୁ ୧୦ପ୍ରତିଶତ କ୍ୟାସବ୍ୟାକ୍‌ ମିଳିବ। ଲାପ୍‌ଟପ୍‌ ଉପରେ ଆକର୍ଷଣୀୟ ଅଫର ଉପଲବ୍ଧ ହେବ। ଗ୍ରାହକମାନେ ଜିରୋ ଡାଉନ୍‌ପେମେଣ୍ଟ୍‌ ଦେଇ ଜିନିଷ କିଣିପାରିବେ।

ରିଲାଏନ୍ସ ଡିଜିଟାଲ୍‌ରେ ୨୦୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତିକ ବ୍ରାଣ୍ଡ୍ର ୪୦୦୦ରୁ ଅଧିକ ଉତ୍ପାଦ ବିକ୍ରି କରାଯାଉଛି। ଗ୍ରାହକମାନେ ଏହି ଷ୍ଟୋର୍‌ଗୁଡ଼ିକରେ ଏଲ୍‌ଇଡି-ଏଲ୍‌ସିଡି ଟିଭି, ହୋମ୍‌ ଥିଏଟର୍‌, ଡିଜିଟାଲ୍‌ କ୍ୟାମେରା, ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌ ଓ ଆଇଟି ଉପକରଣ କିଣିପାରିବେ।

କେମିତି ପାଇବେ ଭଲ ଡିଲ୍

  • ସବୁ ସଂସ୍ଥାର ମୋବାଇଲ୍ଆପ୍ଡାଉନ୍ଲୋଡ୍କରନ୍ତୁ। ୱେବସାଇଟ୍ତୁଳନାରେ ଆପ୍ରେ ଭଲ୍ଡିଲ୍ରହିଥାଏ
  • ଶୀଘ୍ର କିଣିବା ପାଇଁ ଡେବିଟ୍‌-କ୍ରେଡିଟ୍କାର୍ଡର ବିବରଣୀ ସଂରକ୍ଷିତ ରଖନ୍ତୁ
  • ଡେଲିଭରି ଠିକଣାକୁ ଅପ୍ଡେଟ୍ରଖନ୍ତୁ
  • ନିଜର ଆକାଉଣ୍ଟ୍କୁ ଲଗ୍ଇନ୍କରି ରଖନ୍ତୁ। ଫଳରେ କ୍ଷଣସ୍ଥାୟୀ ଆକର୍ଷଣୀୟ ଡିଲ୍କୁ ପାଇବା ସହଜ ହେବ
  • ଲାଇଟିନିଂ, ପ୍ରାଇସ୍କ୍ରାସ୍ ରସ୍ଆଓ୍ଵାର୍ଭଳି ସ୍ୱତନ୍ତ୍ର ଡିଲ୍ପାଇଁ ପଞ୍ଜୀକରଣ କରନ୍ତୁ
  • ଅନଲାଇନ୍ରେ ମିଳୁଥିବା ଡିସ୍କାଉଣ୍ଟ୍କୁପନ୍ସଂଗ୍ରହ କରନ୍ତୁ
  • କୌଣସି ଡିଲ୍ଲାଇଭ୍ହେବା ପୂର୍ବରୁ ତାଉପରେ ନଜର ରଖନ୍ତୁ
  • ଶ୍ରେଷ୍ଠ ଡିଲ୍ ଉତ୍ପାଦ ମଧ୍ୟରେ ତୁଳନାତ୍ମକ ଚିତ୍ର ହାସଲ କରିବା ପାଇଁ ଆମାଜନ୍ଆସିଷ୍ଟାଣ୍ଟ୍ବ୍ୟବହାର କରନ୍ତୁ

 

Comment